www.samajalive.in
Monday, December 8, 2025
14.1 C
Bhubaneswar

ଝାଡୁ ମୁଠାରେ ହେରୋଇନ୍‌ ଚାଲାଣ ବେଳେ ଧରାପଡିଲା

ନୂଆଦିଲ୍ଲୀ – ଚୋରି ପାଇଁ ଚୋର ଏବଂ ତସ୍କରୀ ପାଇଁ ତସ୍କର ବିଭିନ୍ନ ନୂଆ ରାସ୍ତା ବାଛି ଥାଆନ୍ତି । ବିଭିନ୍ନ ନୂଆ ଉପାୟରେ ନିଶାଦ୍ରବ୍ୟ, ସୁନା ଏବଂ ମୁଦ୍ର ଚୋରା ଚାଲାଣ ହେଉଥିବା କଥା ଆପଣ ଆଗରୁ ଜାଣିଥିବେ । ଚୋର ଚାଲାକ ହେବା ବଳେ ଏହାକୁ ଧରୁଥିବା ସୁରକ୍ଷା କର୍ମୀ ଏବଂ ବିଭିନ୍ନ ଗୁଇନ୍ଦା ସଂସ୍ଥା ତାଙ୍କୁ ଠାରୁ ଢେର ଚାଲାକ ହେବାକୁ ପଡେ । ଏହିପରି ନୂଆ ଢଙ୍ଗରେ ଭାରତକୁ ପାକିସ୍ତାନ ସୀମା ଦେଇ ହେରୋଇନ୍‌ ଚୋରା ଚାଲାଣ ବେଳେ ତାହା ଧରାପଡିଛି ।

ପଞ୍ଜାବର ଅଟାରୀ ସୀମା ଦ୍ୱାର ନିକଟରେ ଆଫଗାନ୍‌ ଝାଡୁର ମୁଠାରେ ଏହି ନିଶାଦ୍ରବ୍ୟକୁ ଚୋରା ଚାଲାଣ କରାଯାଉଥିଲା । ଏକ ଟ୍ରକରେ ୪ହଜାର ଝାଡୁ ଆସୁଥିବା ବେଳେ ୪୪୨ଟି ଝାଡୁର ମୁଠାରେ ହେରୋଇନ୍‌ ଚୋରାଚାଲାଣ କରାଯାଉଥିଲା ।
ସୀମା ଶୁଳ୍କ ବଭାଗ ପକ୍ଷରୁ ଏହି ଝାଡୁ ସହ ଗାଡିକୁ ଜବତ କରାଯାଇଛି । ଭାରତରେ ବିବାହ କରିଥିବା ଆଫଗାନ୍‌ର ଜଣେ ନାଗରିକ ଏହାକୁ ଚୋରା ଚାଲାଣ କରୁଥିବା ଜଣାପଡିଛି । ପୂର୍ବରୁ ସ୍ୱାମୀ ସ୍ତ୍ରୀ ନିଶା ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜାମିନ୍‌ରେ ମୁକୁଳିଥିଲେ । ପୁଣି ସେମାନେ ଏବେ ସେହି ନିଶା ଚୋରା ଚାଲାଣ ମାମଲାରେ ଗିରଫ ହୋଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories