ଥାନାରେ ପଶି ପୁଲିସକୁ ଆକ୍ରମଣ ଘଟଣାରେ ୨ ଗିରଫ

0

ଭୁବନେଶ୍ବର : ଭୁବନେଶ୍ବର ସହିଦ ନଗର ଥାନାରେ ପଶି କିଛି ଦୁର୍ବୃତ୍ତ ପୁଲିସକୁ ଆକ୍ରମଣ କରିବା ଘଟଣାରେ କମିଶନରେଟ୍ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛନ୍ତି ।

prayash

ସୂଚନାଯୋଗ୍ୟ, ରବିବାର ଦିନ ମଧ୍ୟରାତିରେ କିଛି ଦୁର୍ବୃତ୍ତ ସହିଦନଗର ଥାନାରେ ପଶି ତୁମୁଳକାଣ୍ଡ ଘଟାଥିଲେ । ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଆକ୍ରମଣର ଶିକାର ହୋଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ସହିଦନଗର ଥାନା ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଥିଲେ । ଦୁର୍ବୃତ୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍ , ସିସିଟିଭି ଓ ଟିଭିକୁ ମଧ୍ୟ ଭାଙ୍ଗି ଚୁରମାର କରି ଦେଇଥିଲେ ।

kalyan agarbati
Leave A Reply