www.samajalive.in
Saturday, December 6, 2025
14.1 C
Bhubaneswar

ଭୟଙ୍କର ହେଉଛି କାଲିଫର୍ଣ୍ଣିଆ ନିଆଁ: ଗଲାଣି ୨୪ ଜଣ ଜୀବନ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଲାଗିଥିବା ବନାଗ୍ନି ଥମିବାର ନାଁ ନେଉନାହିଁ। ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।  ନିଆଁ ଏପରି ଭୟଙ୍କର ଭାବରେ ବଡିବାରେ ଲାଗିଛି ଯେ ଏହା କାର୍ଲିଫର୍ଣ୍ଣିଆରେ ଏପର୍ଯ୍ୟଙ୍କ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି।  ଇତିମଧ୍ୟରେ ଏକାଧିକ ହଲିଉଡ ତାରକାଙ୍କ ମୂଲ୍ୟବାନ ବାସଭବନ ପୋଡି ଛାରଖାର ହୋଇଯାଇଛି। ତେବେ ଲୁମିନାର ଟେକ୍ନୋଲୋଜି କମ୍ପାନୀର ସିଇଓ ଅଷ୍ଟିନ ରସେଲଙ୍କ ବିଳାସପୂର୍ଣ୍ଣ ବାସଭବନ ‘ପ୍ୟାସିଫିକ୍‌ ପାଲିସାଡେସ’ ଭସ୍ମୀଭୂତ ହୋଇଥିବା ଜଣାପଡିଛି। ୧୮ ପ୍ରକୋ​‌ଷ୍ଠ ବିଶିଷ୍ଟ ଏହି ବାସଭବନର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୦,୭୭୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଗ୍ନିକାଣ୍ଡରେ ଉକ୍ତ ଅଟ୍ଟାଳିକାର ଲୁହା ଓ ସିମେଣ୍ଟ ବିମ୍‌ଗୁଡିକ ଦୃଶ୍ୟମାନ ହେଉଛି। ଅଷ୍ଟିନ ଏହି ଅଟ୍ଟାଳିକାକୁ ମାସିକ ୩.୭୪ କୋଟି ଟଙ୍କାରେ ଭଡା ଦେଇଥିଲେ। ୨୦୨୩ରେ ଏହି ଘରଭଡା ପ୍ରସଙ୍ଗ ଆମେରିକା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅପରପକ୍ଷରେ ଏହି ବନାଗ୍ନି ଯୋଗୁଁ କାଲିର୍ଣ୍ଣିଆ ସହର ଓ ଆଖାପାଖ ଅଞ୍ଚଳର ପ୍ରାୟ ୧୦ ହଜାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଏକ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସହସ୍ରାଧିକ ଦମକଳ ଏବଂ ହେଲିକପ୍ଟରରୁ ପାଣି ପକାଯାଇ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ। ଏହା ବ୍ୟତୀତ କାଲିଫର୍ଣ୍ଣିଆର ଦକ୍ଷିଣରେ ବାସ କରୁଥିବା ପ୍ରାୟ ୧୭ ନିୟୁତ ଲୋକ ବନାଗ୍ନି ଧୂଆଁରେ ଅତିଷ୍ଠ ହୋଇପଡିଛନ୍ତି। ଘଣ୍ଟାକୁ ୧୦୦ କିମି ବେଗରେ ପ୍ରବାହିତ ହେଉଥିବା ସାନ୍ତା ଆନା ହରିକେନ୍‌ ପବନ ଯୋଗୁଁ ନିଆଁ ବିଜୁଳି ବେଗରେ ଆଖପାଖ ଅଞ୍ଚଳକୁ ବ୍ୟାପୁଥିବା ଲକ୍ଷ୍ୟ କରାଯାଇଛି। ୧.୫ ନିୟୁତ ଲୋକ ବିଦ୍ୟୁତ୍‌ ସରବରାହରୁ ବଞ୍ଚିତ ହୋଇଛନ୍ତି। ଶତାଧିକ ଦମକଳ ଗାଡି ଓ ହେଲିକପ୍ଟରରୁ ଜଳ ସିଞ୍ଚନ କରାଯାଉଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ତେବେ ଜଳ ସଙ୍କଟ ଯୋଗୁଁ ନିଆଁ ଲିଭାଇବା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବନାଗ୍ନିରେ ଷ୍ଟିଫେନ ସ୍ପିଲବର୍ଗ, ଆଦାମ ସାଣ୍ଡଲର, ବିଲି କ୍ରିଷ୍ଟାଲ, ମାଣ୍ଡି ମୁର, ଜାମି ଲି କର୍ଟିସ ଓ ପାରିସ ହିଲଟନଙ୍କ ଭଳି ହଲିଉଡ ତାରକାଙ୍କ ବାସଗୃହ ଭସ୍ମ ହୋଇଯାଇଛି। ଅପରପକ୍ଷରେ ଏହି ବନାଗ୍ନି ଘଟଣାକୁ ନେଇ ଆମେରିକାର ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବର୍ତ୍ତମାନ ବାଇଡେନ୍‌ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବନାଗ୍ନିରେ ପ୍ରାଣ ହରାଇଥିବା ଏବଂ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories