ଜାଣନ୍ତୁ କିପରି ହେଉଛି ଏଟିଏମ୍ କାର୍ଡ଼ରୁ ତଥ୍ୟ ଚୋରୀ : ଆପଣାନ୍ତୁ ଏହି ଉପାୟ, ବର୍ତ୍ତି ପାରିବେ ଠକଙ୍କ କବଳରୁ
ଆଜିକାଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯେତେ ଉନ୍ନତ ହେଉଛି, ଠକ ଓ ପ୍ରବଞ୍ଚକ ମାନଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି । ଚଳିତ ଦିନ ମାନଙ୍କରେ ବହୁତ ଲୋକଙ୍କର ଡ଼େବିଟ୍ କାର୍ଡ଼ ଓ କ୍ରେଡ଼ିଟ୍ କାର୍ଡ଼ର ମୂଲ୍ୟବାନ ତଥ୍ୟ ଚୋରି ହେବାର ଘଟଣା ସାମ୍ନାକୁ ଆସୁଛି । ଲୋକଙ୍କ କାର୍ଡ଼ର ତଥ୍ୟ ଚୋରି କରି ଏହାର ଅପବ୍ୟବହାର କରାଯାଉଛି । ଆସନ୍ତୁ ଜାଣିବା ଏଟିଏମ୍ କାର୍ଡ଼ ବ୍ୟବହାର କରି କେମିତି ଠକାମି ହେଉଛି ଏବଂ ସେଥିରୁ ସୁରକ୍ଷା ପାଇଁ କେଉଁସବୁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।
ସବୁ ଡେବିଟ୍ କାର୍ଡ଼ ଓ କ୍ରେଡ଼ିଟ୍ କାର୍ଡ଼ରେ ଏକ ମ୍ୟାଗ୍ନେଟିକ୍ ସ୍ଟ୍ରିପ୍ ରହିଥାଏ । ଠକମାନେ ସ୍କିମର ମେସିନ ଦ୍ୱାରା କାର୍ଡ଼ରୁ ତଥ୍ୟର ପ୍ରତିଲିପି ଚୋରେଇ ନେଇଥା’ନ୍ତି । ତାପରେ ସେହି ତଥ୍ୟର ଏକ ଖାଲି କାର୍ଡ଼ରେ ନକଲ ଉତାରି ଦିଆଯାଏ । ଏହିପରି ଭାବେ ନକଲି କାର୍ଡ଼ ତିଆରି କରାଯାଇଥାଏ ।
କାର୍ଡ଼ ବ୍ୟବହାର ପୂର୍ବରୁ ନିମ୍ନ ଲିଖିତ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ:
ପିନ୍ ନମ୍ବରକୁ ଭୁଲରେ ବି ଲେଖିକରି ରଖନ୍ତୁ ନାହିଁ ;
କିଛି ଲୋକ ପିନ୍ ନମ୍ବରକୁ କାର୍ଡ଼ ଉପରେ ଲେଖି ରଖିଥା’ନ୍ତି । ଏହା ଦ୍ୱାରା କାର୍ଡ଼ଟି ଭୁଲ ବଶତଃ ଅନ୍ୟ ହାତକୁ ଚାଲିଗଲେ ଠକାମିର ଶୀକାର ହେବା ତ ନିଶ୍ଚିତ । ତେଣୁ ଏଟିଏମ୍ କାର୍ଡ଼ର ପିନ୍ କୁ ସବୁବେଳେ ମନେ ରଖନ୍ତୁ । ଏହା ଦ୍ୱାରା କାର୍ଡ଼ ଓ ଆକାଉଣ୍ଟ ସୁରକ୍ଷିତ ରହିଥାଏ ।
ଏଟିଏମ୍ ର ପାସୱାର୍ଡ଼କୁ ବଦଳାଉଥା’ନ୍ତୁ ;
କାର୍ଡ଼ର ସୁରକ୍ଷା ପାଇଁ ଅନ୍ତତଃ ମାସରେ ଥରେ ଏହାର ପାସୱାର୍ଡ଼ ବଦଳାଇବା ଦରକାର । ତା’ ସହ ଯଦିି ଆପଣଙ୍କୁ ଲାଗେ କି ଆପଣଙ୍କ ପାସୱାର୍ଡ କେହି ଦେଖି ନେଇଛି ତେବେ ମଧ୍ୟ ଏହାକୁ ବଦଳାଇ ଦିଅନ୍ତୁ ।
ଭିଡ଼ ସ୍ଥାନରେ ଥିବା ଏଟିଏମ୍ ର ବ୍ୟବହାର କରନ୍ତୁ ;
ଟଙ୍କା ଉଠାଇବା ପାଇଁ କେବେବି ଶୁନ୍ସାନ୍ ସ୍ଥାନରେ ଥିବା ଏଟିଏମ୍ କୁ ଯାଆନ୍ତୁ ନାହିଁ । ସବୁବେଳେ ଜନଗହଳି ସ୍ଥାନରେ ଥିବା ଏଟିଏମ୍ ର ବ୍ୟବହାର କରନ୍ତୁ । ଏହି ସ୍ଥାନରେ ଥିବା ଏଟିଏମ୍ ଗୁଡ଼ିକ ପ୍ରାୟତଃ ସୁରକ୍ଷିତ ହୋଇଥାଏ ।