www.samajalive.in
Monday, December 15, 2025
24.1 C
Bhubaneswar

ବାକ୍‍ଶକ୍ତି ବାଧିତଙ୍କ ପାଇଁ ତାଲିମ ଶିବିର

ଆଠଗଡ/ତିଗିରିଆ: ଆଠଗଡ ବ୍ଲକ ଅଞ୍ଚଳର ବାକ୍‍ଶକ୍ତି ବାଧିତ, ବୌଦ୍ଧିକ ଅନଗ୍ରସର ଓ ମସ୍ତିକ ପକ୍ଷାଘାତ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାରଠାରୁ ୩ଦିନିଆ ତାଲିମ ଶିବିର ଆୟୋଜିତ ହେଉଛି। ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୁବନ ରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଏହି ତାଲିମ ଶିବିରର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷାଧିକାରୀ ନବକିଶୋର ନାୟକ ଓ ସହରାଞ୍ଚଳ ସିଆରସିସି ମୂରଲୀଧର ସାହୁ ଯୋଗଦେଇ ଦିବ୍ୟାଙ୍ଗଙ୍କୁ କୌଣସି କ୍ଷେତ୍ରରେ ହତାଦର ନକରି ସେମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପୂର୍ବକ ମୁଖ୍ୟସ୍ରୋତରେ ସାମିଲ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ଏଥିରେ ବ୍ଲକ ଅଞ୍ଚଳର ୨୫ଜଣ ବାକ୍‍ ଶକ୍ତି ବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗଦେଇଥିଲେ। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଥେରାପି ମାଧ୍ୟମରେ ସଂପୃକ୍ତ ପିଲାମାନଙ୍କର ବାକ୍‍ଶକ୍ତି ଫେରାଇ ଆଣିବାର ପ୍ରଚେଷ୍ଟା କରାଯିବ ବୋଲି ଅତିଥି ଦ୍ୱୟ ପ୍ରକାଶ କରିଥିଲେ। ଏଥିରେ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ସବିତା ପଣ୍ଡା, ବିସ୍ମିତା ମହାନ୍ତି ଓ ମମତା ମହାନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ନିୟୋଜିତ ହୋଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories