www.samajalive.in
Monday, December 15, 2025
24.1 C
Bhubaneswar

ପିପିଲି କୋର୍ଟର ଆଇନ ସଚେତନତା ଶିବିର

ପିପିଲି : ପିପିଲି ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ନରସିଂହପୁର ଉର୍ଦ୍ଧୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ତାଲୁକ ଆଇନ ସହାୟତା, ସାକ୍ଷରତା ଓ ସଚେତନତା ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ପିପିଲି ବରିଷ୍ଠ ଦେୱାନୀ ଅଦାଲତର ବିଚାରପତି ତଥା ପିପିଲି ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷା ନିବେଦିତା ପଣ୍ଡା ଏହି ଶିବିରରେ ଅଧ୍ୟକ୍ଷତା କରିଥିଲେ । ପିପିଲି ବାରର ବରିଷ୍ଠ ଆଇନଜୀବୀ ରଶାନ୍ତ କିଶୋର ପରିଡ଼ା, ବସନ୍ତ କୁମାର ପରିଡ଼ା, ରସିଦ ଖାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଗରିବ, ଅସହାୟ, ନିରାଶ୍ରୟ, ନିଷ୍ପେଷିତ, ଅବହେଳିତ ଓ ନିର୍ଯ୍ୟାତିତା ମହିଳା ଓ ଶିଶୁ ମାନଙ୍କୁ କିଭଳି ମାଗଣା ଆଇନ ସହାୟତା ମିଳି ପାରିବ ଓ ସେ ସମ୍ପର୍କରେ ଅଇନର ବିଭିନ୍ନ ଦିଗ ଉପରେ ବିଚାରପତି ଶ୍ରୀମତୀ ପଣ୍ଡା ଆଲୋକପାତ କରିଥିଲେ । ଏତଦ ବ୍ୟତୀତ ପରିବାର ହିଂସା ଓ ପୁରୁଷ ମହିଳା ସମାନତା ଉପରେ ସେ ସଚେତନ କରାଇ ଥିଲେ । ପିପିଲି ଏଏସଜେ କୋର୍ଟର କର୍ମଚାରୀ ଶୁଭ୍ରାଲୋକ ଷଡ଼ଙ୍ଗୀ, ବିଭୂତୀ ଭୂଷଣ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ସଂଖ୍ୟାଲଘୁ ସଂପ୍ରଦାୟର ଶତାଧିକ ମହିଳା ଓ ପୁରୁଷମାନେ ଏଥିରେ ଯୋଗଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories