www.samajalive.in
Monday, December 15, 2025
24.1 C
Bhubaneswar

ଶିଶୁକନ୍ୟା ଦୁଷ୍କର୍ମ ମାମଲା ; ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ସଶ୍ରମ କାରାଦଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଅତିରିକ୍ତ ଜିଲା ଜଜ୍‌ ତଥା ସ୍ବତନ୍ତ୍ର ପୋ​କ୍ସୋ‌ ଅଦାଲତର ପ୍ରିଜାଇଣ୍ଡିଂ ଅଫିସର ପାର୍ଥ ସାରଥୀ ପଟ୍ଟନାୟକ ୨୦୧୩ରେ ସଂଗଠିତ ଏକ ଶିଶୁକନ୍ୟା ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା ପ୍ରଦାନ କରିବା ପାଇଁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିଜ ରାୟରେ ସ୍ପଷ୍ଟ କରିବା ସହ ପୀଡ଼ିତା ଶିଶୁକନ୍ୟାକୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବା ପାଇଁ କହିଛନ୍ତି । ମୋକଦ୍ଦମାର ବିବରଣୀରୁ ପ୍ରକାଶ, ଗତ ୨୫.୩.୨୦୧୩ ଦିନ ଅଭିଯୋଗକାରିଣୀ ସମା କୁଜୁର ନିଜ ଶଶୁର ଘର ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଗଦୀଶପୁରକୁ ଏକ ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ । ସେଦିନ ରାତି ୮ଟାରେ ତାଙ୍କ ଶିଶୁକନ୍ୟା ବାରଣ୍ଡାରେ ଖେଳୁଥିବା ବେଳେ ପଡ଼ିଶା ଘରେ ରହୁଥିବା ତଥା ଅଭିଯୁକ୍ତ ପାଣ୍ଡୁକ କିଶାନ ପ୍ରୋକ୍ତା ଶିଶୁକନ୍ୟାକୁ ଫୁସଲାଇ ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ତତ୍କାଳୀନ କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ଅଶ୍ବିନୀ ସାହୁ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରିଥିଲେ। ଏକାଧିକ ଶୁଣାଣି ପରେ ବିଚାରପତି ପଟ୍ଟନାୟକ ଅଭିଯୁକ୍ତ ପାଣ୍ଡୁକକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସାଧାରଣ ଅଭିଯୋଜକ ଦେବାଶିଷ ମିଶ୍ର ମକୋଦ୍ଦମା ପରିଚାଳନା କରିଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories