www.samajalive.in
Monday, December 15, 2025
27.1 C
Bhubaneswar

ବିଜେଡି ନେତା ବଟକିଶୋରଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ/ତିଗିରିଆ: ବରିଷ୍ଠ ବିଜୁ ଜନତା ଦଳ ନେତା ତଥା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ସ୍ୱର୍ଗତ ବଟକିଶୋର ସେଠୀଙ୍କ ଅକାଳ ବିୟୋଗରେ ଆଠଗଡ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ବିଶେଷକରି ସମସ୍ତ ସେବା ସମବାୟ ସମିତିର କର୍ମଚାରୀ ତାଙ୍କ ବିୟୋଗରେ ମର୍ମାହତ। ସ୍ୱର୍ଗତ ସେଠୀଙ୍କ ପାଇଁ ଲକ୍ଷ୍ମୀନାରାୟଣପୁର ସେବା ସମବାୟ ସମିତି କାର୍ଯ୍ୟାଳୟରେ ବୁଧବାର ଏକ ଶ୍ରଦ୍ଧାଞ୍ଜଳି ସଭା ସମବାୟ ସମିତି କର୍ମଚାରୀ ସଂଘର ସଭାପତି ଶୈଳେନ୍ଦ୍ର ନାରାୟଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ସମବାୟ ୟୁନିଅନର ପୂର୍ବତନ ନିର୍ଦ୍ଦେଶକ ରବିନ୍ଦ୍ରନାଥ ରାଉତ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ସମବାୟ ସଂପ୍ରସାରଣ ଅଧିକାରୀ ହାଡିବନ୍ଧୁ ରଣା ଯୋଗଦେଇ ସ୍ୱର୍ଗତ ସେଠୀଙ୍କର ବହୁମୁଖୀ ପ୍ରତିଭା ଓ ବିଶେଷକରି ସମବାୟ ସମିତି ସମୂହର ବିକାଶରେ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ବାରିକ ବିଷ୍ଣୁଚରଣ ଲେଙ୍କା, ମନୋଜ କୁମାର ନାୟକ, ଅମୀୟ କୁମାର ସେଠୀ, ମୂରଲୀଧର ସାହୁ, ନୟନା ବେହେରା, ପ୍ରିୟଙ୍କା ସ୍ୱାଇଁ ବିଜୟ ସ୍ୱାଇଁ, ସୁଶିଲ ନିରାକାର, ବଳରାମ, ବିଚିତ୍ରାନନ୍ଦ, ଅନିଲ ଓ ଧ୍ରୁତିନାଥ ନାୟକ ପ୍ରମୁଖ ସ୍ୱର୍ଗତ ସେଠୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ନିରବ ପ୍ରାର୍ଥନା କରିଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories