ଫିଟିକିରି ଉପାୟ : ଆର୍ଥିକ ଠାରୁ ଆରମ୍ଭ କରି ଦୂର କରେ ଦାମ୍ପତ୍ୟ ସମସ୍ୟା..

ବାସ୍ତୁ ଶାସ୍ତ୍ରରେ ଏଭଳି ଅନେକ ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇ ଅନେକ ବାସ୍ତୁ ଦୋଷ ଦୂର କରି ହୋଇଥାଏ। ଜାଣନ୍ତୁ ଫିଟିକିରି ସହ ଜଡିତ କିଛି ସରଳ ଉପାୟ ଆପଣାଇ ଅନେକ ସମସ୍ୟା ଦୂର କରି ହେବ।
ଘରୁ ନକରାତ୍ମକ ଶକ୍ତି ଦୂର ପାଇଁ ଘରର କୌଣସି କୋଣରେ ଫିଟିକିରି ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ବାସ୍ତୁ ସମସ୍ୟା ଦୂର ପାଇଁ ଫିଟିକିରିକୁ ଏକ ଲାଲ କପଡାରେ ବାନ୍ଧି ଏହାକୁ ରୋଷେଇ ଘରେ ରଖନ୍ତୁ। ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହେବା ସହ ଅନେକ ସମସ୍ୟା ଦୂର ହୋଇଥାଏ।
ପତିପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ, ଅଶାନ୍ତି ଲାଗି ରହୁଥିଲେ, ଶୟନ କକ୍ଷରେ ଝରକା ନିକଟରେ ଏକ ପାତ୍ରରେ ଫିଟିକିରି ରଖନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଧନହାନୀ ସହ ଟଙ୍କାର ଅଭାବ ଲାଗି ରହୁଥିଲେ ନିଜ ପର୍ସରେ ଏକ ଛୋଟ ଖଣ୍ଡ ଫିଟିକିରି ରଖନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ସହ ଅଭାବ ଦୂର ହେବ।
ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ, ତକିଆ ତଳେ ଏକ ଛୋଟ ଖଣ୍ଡ ଫିଟିକିରି ରଖି ଶୁଅନ୍ତୁ। ଏହି ସମସ୍ୟା ଦୂର ହେବ।

Comments are closed.