www.samajalive.in
Monday, December 15, 2025
27.1 C
Bhubaneswar

ଧୋଇଗଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ, ପଥଚାରୀ ହନ୍ତସନ୍ତ

ରେଙ୍ଗାଲିକ୍ୟାମ୍ପ: ଗାଁଠୁ ସହର ଚାରିଆଡ଼େ ଲୋକଙ୍କ ଗମନାଗମନ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ପକ୍କା ସଡ଼କ ତିଆରି କରିଛନ୍ତି। ହେଲେ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। କେଉଁଠି କଂକ୍ରିଟ ରାସ୍ତା ଅତଡା ଭାଙ୍ଗି ଶୁଖିଲା ଦିନରେ ଆଣ୍ଠୁଏ ପାଣି ରହୁଛି ତ ଆଉ କେଉଁଠି କେନାଲ ପାଣି କୂଳ ଖାଇ ଘାଇ ସୃଷ୍ଟି ହେଲାଣି। ପିଚୁ ରାସ୍ତା କଥା ନକହିବା ଭଲ। ଚାରି ଆଡ଼େ ଖାଲଖମା ସୃଷ୍ଟି ହୋଇ ବଡ ବଡ ଭାରି ଯାନଗୁଡ଼ିକର ଧଡ ଧଡ ଶବ୍ଦ ଛାତି ଥରାଇ ଦେଉଛି। ରାସ୍ତାଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଲତା ବୁଦା ମାଡ଼ି ଆସି ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଦେଖା ଯାଉ ନଥିବା ବେଳେ ଦୈନନ୍ଦିନ ଅଞ୍ଚଳରେ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ବେଶ୍ ନଜିର ରହିଛି। ସରକାର ରାସ୍ତାଗୁଡ଼ିକୁ ଗ୍ରାମ ସଡ଼କ ଯୋଜନାରେ ସାମିଲ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି କାର୍ଯ୍ୟ କରୁଛନ୍ତି ସତ, ହେଲେ ଅଧାଅଧିଆ କାର୍ଯ୍ୟ ଲୋକଙ୍କ ପାଇଁ କାଳ ସାଜିଛି। ଯାହାର କିଞ୍ଚିତ ଉଦାହରଣ ସ୍ଵରୁପ ଡୁଙ୍ଗୁରୀ ପାଲି-ଥୁଆପାଲିରୁ ମହୁଲ ପାଲି ୧୬୯ମିଟର ରାସ୍ତା ତିଆରି ହୋଇଥିବାବେଳେ ୯୦ ମିଟର ମାଟି ରାସ୍ତା ଥିବା ଯୋଗୁଁ ବର୍ଷା ପାଣିରେ ପ୍ରଧାନମନ୍ତ୍ରୀ ଆରଡି ରାସ୍ତା ଧୋଇଯାଇ ଲୋକଙ୍କ ଗମନାଗମନ ବିଚ୍ଛିନ୍ନ ହୋଇଛି। ଏହି ରାସ୍ତା ଦେଇ ରାତି ପାହିଲେ ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର, ଲୋକ ତଥା ସ୍କୁଲ ପିଲା ଯାତାୟତ କରିଥା’ନ୍ତି। ଗାଡ଼ି ମଟର କଥା ତ ତେଣିକି ଥାଉ ପଥଚାରୀଙ୍କ ଅବସ୍ଥା କହିଲେ ନ ସରେ। ରାସ୍ତାଟି ପାଣିରେ ଧୋଇଯାଇ ଦୀର୍ଘ ୪ଦିନ ହେବ ଲୋକ, ସ୍କୁଲ ପିଲା ତଥା ପଥଚାରୀ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିପ୍ରତି ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ତଥା ଜିଲ୍ଲାପାଳ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories