www.samajalive.in
Monday, December 15, 2025
27.1 C
Bhubaneswar

ମହଙ୍ଗାପଡ଼ିଲା ବିନା କୃଷିପୋଖରୀରେ ମନରେଗା ଅର୍ଥ ଆତ୍ମସାତ; ବିଡିଓଙ୍କ ସମେତ ୭ ଅଧିକାରୀଙ୍କ ନାଁରେ ପ୍ରୋସିଡିଂ ସୁପାରିଶ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତରୁ ବିନା କୃଷି ପୋଖରୀରେ ମନରେଗା ଟଙ୍କା ଆତ୍ମସାତ ମାମଲାର ମନରେଗା ଲୋକପାଳ(ବୌଦ୍ଧ) ଶୁଣାଣି କରିଛନ୍ତି। ଏହି ମାମଲାର ଶୁଣାଣି କରି ‘ସମାଜ’ର ହରଭଙ୍ଗା ସମ୍ବାଦଦାତାଙ୍କୁ ଲୋକପାଳ ପ୍ରଶଂସା କରିବା ସହିତ ତାଙ୍କଠାରୁ ଆହୁରି ଏଭଳି ଘଟଣା ପଦାକୁ ଆଣିବା ପାଇଁ ଆଶା ରଖିଛନ୍ତି। ଏହା ସହିତ ବିନା କୃଷି ପୋଖରୀରେ ମନରେଗା ଅର୍ଥ ଆତ୍ମସାତ ମାମଲାରେ ହରଭଙ୍ଗା ବିଡିଓଙ୍କ ସହିତ ୦୭ଜଣ ବିଭାଗୀୟ କର୍ମଚାରୀଙ୍କ ନାଁରେ ପ୍ରୋସିଡିଂ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମୁଖ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଲୋକପାଳ। ଏଥିସହ ବିଭାଗୀୟ କର୍ମଚାରୀଙ୍କ ଦରମାରୁ ଏକମାସ ମଧ୍ୟରେ ଆତ୍ମସାତ ଅର୍ଥ ଭରଣା କରିବା ପାଇଁ ନିର୍ଦ୍ଦେଶ ଦେଇ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଲୋକପାଳ ସଚିବଙ୍କୁ ଜଣାଇଛନ୍ତି। ଶେଷରେ ହିତାଧିକାରୀଙ୍କୁ ତୁରନ୍ତ ଚାଷ କାର୍ଯ୍ୟ ପାଇଁ ଆଉ ଗୋଟିଏ ମନରେଗା କୃଷିପୋଖରୀ ଯୋଗାଇ ଦେବାକୁ ହରଭଙ୍ଗା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ଗତ ୧୫ମଇ୨୦୨୩ରେ ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତର କଣ୍ଟିଆପଦର ଗ୍ରାମର ପବିତ୍ର ପ୍ରଧାନ ଭଳି ଜଣେ ହିତାଧିକାରୀଙ୍କ ବିନା କୃଷି ପୋଖରୀରରେ ମନରେଗା ଅର୍ଥ ଆତ୍ମସାତ କରାଯାଇଥିବା ଘଟଣା ପଦାକୁ ଆସିଥିଲା। ଏଭଳି ଶୀର୍ଷକ ଖବର ଗତ ୧୬ ମଇ୨୦୨୩ରେ ସମାଜରେ ପ୍ରକାଶ ପାଇଥିଲା। ଖବରର ସତ୍ୟତା ଥିବା ଲୋକପାଳ ଅନୁଭବ କରିବା ସହିତ ହିତାଧିକାରୀ ପବିତ୍ର ପ୍ରଧାନଙ୍କ ଅଭିଯୋଗ ଆଧାରରେ ମନରେଗା ଲୋକପାଳ(ବୌଦ୍ଧ)ଙ୍କ ଦ୍ୱାରା ଏକ ମାମଲା ରୁଜୁ କରାଯାଇଥିଲା। ଲୋକପାଳ ଏହି ମାମଲାର ଶୁଣାଣି କରିବା ସହିତ ହରଭଙ୍ଗା ବିଡିଓ, ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ,ଏପିଓ,କନିଷ୍ଠ ଯନ୍ତ୍ରୀ, ପିଇଓ ଏବଂ ଜିଆରଏସଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ବିଭାଗୀୟ ପ୍ରୋସିଡିଂ ପାଇଁ ଲୋକପାଳ ସୁପାରିଶ କରିଛନ୍ତି। ଆମ୍ବୁଡସମ୍ୟାନ ଅଦାଲତଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଜିଲ୍ଲାରେ ମନରେଗା ଆଇନର ଅପବ୍ୟବହାର କରୁଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

- Advertisement -

ସୂଚନା ଥାଉ କି, ହରଭଙ୍ଗା ବ୍ଲକ ଆଡେଣିଗଡ଼ ପଂଚାୟତର ମାଧପୁର ଗାଁରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମନରେଗା ଯୋଜନାରେ ଏକ ବେଲ ବଗିଚା ପ୍ରକଳ୍ପ ନାଁରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ଘଟଣା ଗତ ଜୁନ୍‌‌ ୨୦୨୧ରେ ପଦାକୁ ଆସିଥିଲା। ଏ ସମ୍ପର୍କରେ ମନରେଗା ଲୋକପାଳ ବୌଦ୍ଧ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଲୋକପାଳ ଗତ ମାର୍ଚ୍ଚ ୨୦୨୨ରେ ଏହି ମାମଲାର ଶୁଣାଣି କରି ବିଭାଗୀୟ ୩ଜଣ ଉଦ୍ୟାନ କୃଷି ଅଧିକାରୀଙ୍କଠାରୁ ୫ଲକ୍ଷ ୯୨ହଜାର ୫ଶହ ୪୦ଟଙ୍କା ଭରଣା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ପୂର୍ବତନ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ପେନସନ ସହିତ ଜଣେ ଅଧିକାରୀଙ୍କ ଦରମା ବନ୍ଦ ହୋଇଥିବା ସୂଚନା ମିଳିଛି। ‘ସମାଜ’ର ଏଭଳି ପ୍ରୟାସକୁ ଲୋକପାଳ ପ୍ରଶଂସା କରିଛନ୍ତି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories