www.samajalive.in
Monday, December 15, 2025
26.1 C
Bhubaneswar

‘ମେରୀ ମାଟି ମେରା ଦେଶ’ ଅଭିଯାନ : ପ୍ରଥମ ପର୍ଯ୍ୟାୟରେ୨.୩୩ ଲକ୍ଷରୁ ଅଧିକ ଶିଳାଫଳକମ୍ ପ୍ରତିଷ୍ଠା

ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚିବା ଲକ୍ଷ୍ୟ

ନୂଆଦିଲ୍ଲୀ  : ‘ମେରୀ ମାଟି ମେରା ଦେଶ’ ଦେଶବ୍ୟାପୀ ଅଭିଯାନ ଗତ ଅଗଷ୍ଟ ୯ ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ଦେଶ ପାଇଁ ଜୀବନ ଦେଇଥିବା ‘ବୀର’ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି ଅଭିଯାନ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ’ର ଏକ ଉଦଯାପନୀ କାର୍ଯ୍ୟକ୍ରମ, ଯାହା ୧୨ମାର୍ଚ୍ଚ ୨୦୨୧ରେ ଆରମ୍ଭ ହୋଇଥିଲା ଏବଂ ସାରା ଭାରତରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଜନସାଧାରଣଙ୍କ ଅଂଶଗ୍ରହଣ (ଜନ ଭାଗିଦାରୀ) ର ସାକ୍ଷୀ ପାଲଟିଛି।

ଏହି ଅଭିଯାନରେ ସ୍ୱାଧୀନତା ସଂଗ୍ରାମୀ ତଥା ସୁରକ୍ଷା ବାହିନୀ ପାଇଁ ଉତ୍ସର୍ଗୀକୃତ ଶିଳାଫଳକମ୍ ପ୍ରତିଷ୍ଠା ସହିତ ପଞ୍ଚ ପ୍ରଣ ଶପଥ ପାଠ, ବସୁଧା ବନ୍ଦନ, ବୀର ମାନଙ୍କର ବନ୍ଦନ ଅର୍ଥାତ ଆମର ବୀରମାନଙ୍କର ସାହସିକତା ଓ ବଳିଦାନକୁ ସମ୍ମାନ ଭଳି କାର୍ଯ୍ୟକ୍ରମ ରହିଛି ।

- Advertisement -

ମେରୀ ମାଟି ମେରା ଦେଶ ଅଭିଯାନର ପ୍ରଥମ ପର୍ଯ୍ୟାୟରେ  ଜନସାଧାରଣଙ୍କ ଅଂଶଗ୍ରହଣ ସହିତ ଏକ ଅଭୂତପୂର୍ବ ସଫଳତା ବୋଲି ପ୍ରମାଣିତ ହୋଇଛି। ଶୁକ୍ରବାର ପର୍ଯ୍ୟନ୍ତ ୩୬ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨.୩୩ ଲକ୍ଷରୁ ଅଧିକ ଶିଳାଫଳକମ୍ ପ୍ରତିଷ୍ଠା କରାଯାଇଛି । ଆଜି ପର୍ଯ୍ୟନ୍ତ ପ୍ରାୟ ୪ କୋଟି ପଞ୍ଚ ପ୍ରଣ ଶପଥ ପାଠ ସେଲଫି ୱେବସାଇଟରେ ଅପଲୋଡ୍ ହୋଇଛି । ସାରା ଦେଶରେ ୨ ଲକ୍ଷରୁ ଊର୍ଦ୍ଧ୍ଵ ବୀରଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବସୁଧା ବନ୍ଦନ ଥିମ୍ ଅନ୍ତର୍ଗତ ୨.୩୬ କୋଟିରୁ ଅଧିକ ସ୍ୱଦେଶୀ ଚାରା ରୋପଣ କରାଯାଇଛି ଏବଂ ୨.୬୩ ଲକ୍ଷ ଅମୃତ ବାଟିକା ସୃଷ୍ଟି କରାଯାଇଛି।

ବର୍ତ୍ତମାନ ଏହି ଅଭିଯାନ ସାରା ଦେଶରେ ଅମୃତ କଳସ ଯାତ୍ରା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି । ସାରା ଭାରତରେ ହେବାକୁ ଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଘରକୁ ସାମିଲ୍ କରିବା। ଗ୍ରାମାଞ୍ଚଳର ୬ ଲକ୍ଷରୁ ଅଧିକ ଗାଁରୁ ଏବଂ ଭାରତର ସହରାଞ୍ଚଳର ୱାର୍ଡରୁ ମାଟି ଏବଂ ଶସ୍ୟ ସଂଗ୍ରହ କରାଯାଉଛି। ଗ୍ରାମାଞ୍ଚଳରେ ଏହା ବ୍ଲକ ସ୍ତରରେ ମିଳିତ ହୋଇ ବ୍ଲକ ସ୍ତରୀୟ କଳସ ସୃଷ୍ଟି କରିବ। ରାଜ୍ୟ ରାଜଧାନୀରୁ ଏହାକୁ ଆନୁଷ୍ଠାନିକ ଭାବରେ ପଠାଇବା ପରେ ଏହି କଳସ ଜାତୀୟ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଯିବବ। ସହରାଞ୍ଚଳରେ ମାଟି ୱାର୍ଡରୁ ସଂଗୃହିତ ହୋଇ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ମିଶ୍ରଣ ଏବଂ ପରିବହନ ପାଇଁ ଏହାକୁ ବୃହତ ସହରାଞ୍ଚଳକୁ ଅଣାଯାଉଛି। ଅନ୍ତିମ କାର୍ଯ୍ୟକ୍ରମ ପାଇଁ ଅକ୍ଟୋବର ଶେଷ ସୁଦ୍ଧା ୮୫୦୦ ରୁ ଅଧିକ କଳସ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣ ଅନୁକୋଣରୁ ସଂଗୃହିତ ମାଟି ଅମୃତ ବାଟିକା ଏବଂ ଅମୃତ ସ୍ମାରକୀରେ ରଖାଯିବ ଏବଂ ଆଜାଦି କା ଅମୃତ ମହୋତ୍ସବଙ୍କୁ ସ୍ମରଣ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories