www.samajalive.in
Sunday, December 7, 2025
26.1 C
Bhubaneswar

ଓଡିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନ, ଏଥର ରାଜ୍ୟରେ ବିଜେପି ସରକାର-ହିମନ୍ତ ବିଶ୍ୱଶର୍ମା

ସମ୍ବଲପୁର: ସମ୍ବଲପୁର ଠାରେ ଚଳିତ ବର୍ଷର ସାଧାରଣ ନିର୍ବାଚନ ପାଇଁ ବିଜେପିର ରାଷ୍ଟ୍ରୀୟ ନେତାମାନେ ଆସୁଥିବା ବେଳେ ପ୍ରଚାର ଶେଷ ଦିବସରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଗୁରୁବାର ଏଠାକୁ ଆସିଥିଲେ। ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସକାଳ ସାଢ଼େ ୯ଟାରେ ମାଁ ସମଲେଶ୍ୱରୀ ମନ୍ଦିରକୁ ଯାଇ ପାରମ୍ପରିକ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହିତ ମାଁ ଙ୍କ ଆର୍ଶିବାଦ ନେଇଥିଲେ ଏବଂ ଆସାମର ସାହିତ୍ୟରଥୀ ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଥିଲେ।

ମନ୍ଦିର ବୁଲି ଦେଖିବା ପରେ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କୁ ସେ କଟାକ୍ଷ କରି କହିଥିଲେ ଯେ, ଓଡିଶାବାସୀ ଚଳିତ ଥର ରାଜ୍ୟରେ ପରିବର୍ତ୍ତନ ଚାହୁଁଥିବାରୁ ବିଜେପିରେ ପ୍ରଥମ ଥର ପାଇଁ ବିଜେପିର ସରକାର ବହୁମତର ସହିତ ହେବ। ଏହି ନିର୍ବାଚନ ଓଡିଶାର ଅସ୍ମିତା ର ନିର୍ବାଚନ ଅଟେ। ମୁଁ ମଧ୍ୟ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଟେ। ମୁଁ ଏକାକି ଆସି ପାରୁଛି, ଏକାକି କଥା ହୋଇ ପାରୁଛି, ଲୋକ ମୋତେ ଭେଟ ହୋଇ ପାରୁଛନ୍ତି। କିନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏକାକି କାହାରି ସହିତ କଥା ହୋଇ ପାରୁ ନାହାନ୍ତି। ତାଙ୍କର ସହିତ ସବୁ ବେଳେ ପାଣ୍ଡିଆନ ରହୁଛନ୍ତି।

- Advertisement -

ଆମକୁ ଦେଖିବାକୁ ହେବ ଯେ, ନବୀନ ବାବୁ ପାଣ୍ଡିଆନକୁ ସହଯୋଗ କରୁଛନ୍ତି କି ପାଣ୍ଡିଆନ କିଛି ଏମିତି ଖେଳ କରିଛନ୍ତି ଯେ ଯାହା ଫଳରେ ନବୀନ ବାବୁ ପାଣ୍ଡିଆନର ଚକ୍ରାନ୍ତରେ ଫଶି ରହିଛନ୍ତି। ମୋର ବିଶ୍ୱାସ ଯେ, ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା କୌଣସି ବିଚାରପତି ନବୀନ ବାବୁଙ୍କ ନିକଟକୁ ଯାଇ  ଏକାକି କଥା ହୋଇ, ସେ ଖୁସି ଅଛନ୍ତି କି ଠିକ ଅଛନ୍ତି କି ବୋଲି ପଚାରି ବୁଝିବା ଦରକାର। ହାଇକୋର୍ଟ ଏକ ନିରପେକ୍ଷ ସଂସ୍ଥା ହୋଇଥିବାରୁ ତାହାର ପ୍ରତିନିଧି ଯାଇ ନବୀନ ବାବୁଙ୍କ ସହିତ ଏକାକି କଥା ହେବା ଉଚିତ।

ମୁଁ ଜାଣିବାକୁ ପାଇଛି ଯେ, ବିଗତ ୧୦ ବର୍ଷ ହେବ ନବୀନ ବାବୁଙ୍କୁ କେହି ଏକାକି ଭେଟି ନାହାନ୍ତି ଏବଂ ସବୁ ସମୟରେ ପାଣ୍ଡିଆନ ଉପସ୍ଥିତ ରହିଛନ୍ତି। ନବୀନ ବାବୁ କେବଳ ହଁ, ହଁ ବୋଲି କହିଥାନ୍ତି ଏବଂ ଏହାର ଆଗକୁ ସେ କିଛି କହନ୍ତି ନାହିଁ। ଯଦି ଜଣେ ମୁଖ୍ୟମନ୍ତ୍ରୀ ତଥା ସାମ୍ବାଧାନିକ ପଦରେ ବସିଥିବା ବ୍ୟକ୍ତି ବନ୍ଧକ ପରିସ୍ଥିତି ମଧ୍ୟରେ ରହିଛନ୍ତି, ତାହା ହେଲେ ଏହା ଦେଶ ଓ ଓଡିଶା ପାଇଁ କଦାପି ଭଲ ନୁହେଁ। ନିର୍ବାଚନ ହେଉ କି ନ ହେଉ ମୋର ବିଶ୍ୱାସ ଯେ, ଥରୁଟିଏ ହେଲେ ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ବିଚାରପତି କିମ୍ବା ରାଜ୍ୟପାଳ ନବୀନ ବାବୁଙ୍କ ସହିତ ଏକାକି କଥା ହୁଅନ୍ତୁ।

ଏବେ ଯାହା ହେଉଛି, ସାଧାରଣ ନୁହେଁ, ଅସାଧରଣ ଅଟେ। ନବୀନ ବାବୁ ଯଦି ଖୁସି ଅଛନ୍ତି, ତାହା ହେଲେ ଆମେ ମଧ୍ୟ ଖୁସି ଅଟୁ। କିନ୍ତୁ ତାଙ୍କୁ ଦେଖିଲେ, ସାଧାରଣ ଭଳି ଲାଗୁ ନାହିଁ ଏବଂ ମାଇକ ମଧ୍ୟ ପାଣ୍ଡିଆନ ଧରୁଛନ୍ତି। କଥା ମଧ୍ୟ ପାଣ୍ଡିଆନ ତାଙ୍କୁ କରାଉଛନ୍ତି। ଏବେ ତ ଆର୍ଟିଫିସିଆଲ ଇନଟିଲେଜିନ୍ସିର କଥା ମଧ୍ୟ ଉଠିଲାଣି। ଏହା ଠିକି କି ଭୁଲ ମୁଁ ଜାଣି ନାହିଁ। ଯଦି ଆମେ ଭୁଲ କହୁଛୁ ବୋଲି ସେମାନେ ଭାବୁଛନ୍ତି, ତାହା ହେଲେ ପାଣ୍ଡିଆନ ବାବୁ ଓଡିଶାର ଗଣମାଧ୍ୟମ ସମ୍ମୁଖରେ ନବୀନ ବାବୁଙ୍କୁ ମାତ୍ର ୩୦ ମିନିଟ ପାଇଁ କଥା ବାର୍ତ୍ତା ହେବା ପାଇଁ ଛାଡନ୍ତୁ ଏବଂ ଏହି ସମୟରେ ସେ ସେଠାରେ ରହିବେ ନାହିଁ। ମୋର ବିଶ୍ୱାସ ଯେ ନବୀନ ବାବୁ ଖବରକାଗଜ ପଢ଼ନ୍ତି ନାହିଁ କି ଟେଲିଭିଜନ ମଧ୍ୟ ଦେଖନ୍ତି ନାହିଁ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories