www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଣବଙ୍କୁ ‘ଭାରତ ରତ୍ନ’ ନେଇ ପ୍ରଶ୍ନ ଉଠାଇଲେ ଆଜମ ଓ ଓୱାସି

ଲକ୍ଷ୍ନୌ/ମୁମ୍ବଇ : ସମାଜବାଦୀ ପାର୍ଟି ନେତା ଆଜମ ଖାନ ଏବଂ ଏଆଇଏମ୍‍ଆଇଏମ୍‍ ନେତା ଅସଦୁଦ୍ଦିନ ଓୱାସି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ‘ଭାରତ ରତ୍ନ’ ପ୍ରଦାନ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଜମ ଖାନ କହିଛନ୍ତି ଯେ ପ୍ରଣବ ସଂଘର କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ତାଙ୍କୁ ପୁରସ୍କାର ହିସାବରେ ‘ଭାରତ ରତ୍ନ ପ୍ରଦାନ କରାଯାଉଛି। ପ୍ରଣବ ନିଜେ ଜାଣିପାରୁ ନାହାନ୍ତି ତାଙ୍କୁ କାହିଁକି ଏହି ସମ୍ମାନ ଦିଆଗଲା। ଏପରିକି ଭାରତ ରତ୍ନ ଘୋଷଣା ପରେ ପ୍ରଣବ କହିଥିଲେ ଯେ ଏଥିପାଇଁ ମୁଁ ନିଜକୁ ଯୋଗ୍ୟ ମନେ କରୁନାହିଁ। ସେପଟେ ଓୱାସି ଏହାକୁ ନେଇ ଜାତି ଓ ଧର୍ମ ରାଜନୀତି କାର୍ଡ ଖେଳିଛନ୍ତି। କେତେଜଣ ଦଳିତ, ଆଦିବାସୀ, ମୁସଲମାନ, ଗରିବ ବର୍ଗ ଏବଂ ବ୍ରାହ୍ମଣଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି ଜଣାଇବାକୁ ଓୱାସି ପ୍ରଶ୍ନ କରିଛନ୍ତି। ଏହା ପୂର୍ବରୁ ଓୱାସି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭାରତ ରତ୍ନ ଏବଂ ଲାଲକୃଷ୍ଣ ଆଡୱାଣିଙ୍କୁ ପଦ୍ମ ଭୂଷଣ ପ୍ରଦାନକୁ ନେଇ ପ୍ରଶ୍ନ ଉଠାଇଥିଲେ।
ପ୍ରକାଶଯୋଗ୍ୟ ଯେ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଦିବଂଗତ ଆରଏସ୍‍ଏସ୍‍ ନେତା ନାନାଜୀ ଦେଶମୁଖ ଏବଂ ଦିବଗଂତ ଗାୟକ ଭୂପେନ ହଜାରିକାଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ଷଘାଷଣା କରିଥିଲେ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଶ୍ନ ଉଠାଇଛନ୍ତି। ସଂଘ ନିମନ୍ତ୍ରଣ ଗ୍ରହଣ କରିବା ଓ ସଂଘ କାର୍ଯ୍ୟକ୍ରମରେ ଯୋଗଦେବାର ପୁରସ୍କାର ସ୍ୱରୁପ ପ୍ରଣବଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ବୋଲି ଏସ୍‍ପି ପକ୍ଷରୁ କୁହାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories