ଅଡ଼ୁଆରେ ଅର୍ଣ୍ଣବ ଗୋସ୍ୱାମୀ
ମୁମ୍ବଇ: ରିପବ୍ଳିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମେତ ତିନିଜଣଙ୍କ ବିରୋଧରେ ପୁଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଅନ୍ଭୟ ନାଏକ୍ ନାମକ ଜଣେ ଇଣ୍ଟରିୟର ଡିଜାଇନରଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ୍ ଏହି ପଦକ୍ଷେପ ନେଇଛି। ଆଲିବାଗ୍ ଅଞ୍ଚଳରେ ରହୁଥିବା ଅନ୍ଭୟ ଘରେ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ମା’ଙ୍କ ମୃତ ଶରୀର ମଧ୍ୟ ସେଠାରୁ ଉଦ୍ଧାର କରାଯାଇଛି। ସେଠାରୁ ଏକ ସୁସାଇଡାଲ୍ ନୋଟ୍ ଜବତ କରାଯାଇଥିବା ବେଳେ ସେଥିରେ କଣ ଉଲ୍ଲେଖ ରହିଛି ତାହା ଜଣାପଡ଼ିନାହିଁ। ମୃତ ଅନ୍ଭୟଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ରିପବ୍ଲିକ ଟିଭି କର୍ତ୍ତୃପକ୍ଷ ତାଙ୍କ ସ୍ୱାମୀଙ୍କ ପ୍ରାପ୍ୟ ଦେଇ ନଥିବାରୁ ସେ ଆତ୍ମହତ୍ୟା କରିଛନ୍ତି। ଅପରପକ୍ଷରେ ଏହି ଅଭିଯୋଗକୁ ରିପବ୍ଲିକାନ୍ ଟିଭି ପକ୍ଷରୁ ଖଣ୍ଡନ କରାଯାଇଛି।