ପୁଅଙ୍କ ବିରୋଧରେ ମୋକଦ୍ଦମା କଲେ ଅର୍ଜୁନ ସିଂହଙ୍କ ପତ୍ନୀ

0

ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ପତ୍ନୀ ସରୋଜ ସିଂହ ନିଜ ପୁଅ ଅଜୟ ସିଂହ ଏବଂ ଅଭିମନ୍ୟୁ ସିଂହଙ୍କ ବିରୋଧରେ ଆଦଲତରେ ଏକ ମାମଲା ଦାଏର କରିଛନ୍ତି। ସରୋଜ ସିଂହ ନିଜ ପୁଅଙ୍କ ବିରୋଧରେ ଘରୋଇ ହିଂସା, ସମ୍ପତ୍ତିରୁ ବେଦଖଲ କରିବାର ଅଭିଯୋଗ ଆଣିଛନ୍ତି। ଏନେଇ ଭୋପାଳ କୋର୍ଟରେ ଏକ ମାମଲା ଦାଏର କରାଯାଇଛି। ସରୋଜ ସିଂହ କହିଛନ୍ତି ଯେ ପୁଅମାନେ ତାଙ୍କ ଭରଣପୋଷଣ କରିବାକୁ ମନା କରିଦେବା ସହ ଘରୁ ବାହାର କରିଦେଇଛନ୍ତି। ୮୦ ବର୍ଷିୟା ସରୋଜ ସିଂହ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏନ୍‍ଆରଆଇ ଉଦ୍ୟୋଗପତି ସୌମ ବର୍ମା ଏବଂ ଝିଅ ବୀଣା ସିଂଙ୍କ ସହ କୋର୍ଟରେ ପହଞ୍ଚିଥିଲେ। ଅଦାଲତରେ ଦାଏର ଅଭିଯୋଗ ଅନୁସାରେ ତାଙ୍କ ପୁଅ ତାଙ୍କୁ ଘରୁ ବାହାର କରିଦେଇଛନ୍ତି ଓ ଭରଣ ପୋଷଣ କରିବାକୁ ମନା କରିଦେଇଛନ୍ତି। ବାଧ୍ୟହୋଇ ସେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ବରିଷ୍ଠ ନେତା ସ୍ୱର୍ଗତ ଅର୍ଜୁନ ସିଂହ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୧ରେ ତାଙ୍କ ପରଲୋକ ଘଟିଥିଲା। ତାଙ୍କ ପୁଅ ଅଜୟ ସିଂହ ମଧ୍ୟପ୍ରଦେଶ କଂଗ୍ରେସର ଜଣେ ଚର୍ଚ୍ଚିତ ନେତା ଅଟନ୍ତି। ଏବେ ସରୋଜ ସିଂହଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଚକିତ୍‍ କରିଦେଇଛି।

Leave A Reply