ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଆର୍ଚର ବାଦ୍‌

ଲଣ୍ଡନ: ଇଂଲଣ୍ଡର ଦ୍ରୁତ ବୋଲର ଜେଫ୍ରା ଆର୍ଚର ପୁଣିଥରେ ଆହତ ହୋଇଛନ୍ତି। ଇଂଲଣ୍ଡ କାଉଣ୍ଟି ଦଳ ସକ୍ସେସ ପକ୍ଷରୁ ଖେଳୁଥିବା ବେଳେ ଆର୍ଚରଙ୍କ କହୁଣୀରେ ଆଘାତ ଲାଗିଛି। ଫଳରେ ସେ ଜୁନ୍‌ ୨ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଅନୁମାନ କରାଯାଉଛି ଯେ ଆର୍ଚରଙ୍କ ଡାହାଣ କହୁଣୀ‌ରେ ଅସ୍ତ୍ରୋପଚାର ହୋଇପାରେ। ଆର୍ଚରଙ୍କ କହୁଣୀ ଆଘାତ ବହୁତ ପୁରୁଣା।

ଯନ୍ତ୍ରଣା ଉପସମକାରୀ ଇଞ୍ଜେକ୍‌ସନ ନେଇ ସେ ଭାରତ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍ ଖେଳିଥିଲେ। ପରେ କହୁଣୀ ଆଘାତ ଗୁରୁତର ହେବାରୁ ଆର୍ଚର ଚଳିତବର୍ଷର ଆଇପିଏଲ୍‌ରୁ ଓହରି ଯାଇଥିଲେ। ପୁଣି ଏକ ଦୁର୍ଘଟଣାରେ ପରେ ଆର୍ଚରଙ୍କ ଆଙ୍ଗୁଠିରେ ଅସ୍ତ୍ରୋପଚାର କରାଯାଇ ଏକ କାଚ ଖଣ୍ଡ କଢ଼ା ଯାଇଥିଲା। ସସେକ୍ସ ପାଇଁ ୨ୟ ଇନିଂସରେ ମାତ୍ର ୫ ଓଭର ବୋଲିଂ କରିବା ପରେ କହୁଣୀ ଯନ୍ତ୍ରଣା ଯୋଗୁଁ ଆଉ ବୋଲିଂ କରି ପାରିନଥିଲେ। ବହୁତ ଦିନ ହେଲା ଆର୍ଚର ଆହତ ହେବା ଇଂଲଣ୍ଡ ଦଳ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି।

Comments are closed.