ଆରତି ଷ୍ଟିଲ୍‍ରେ ଉତ୍ତେଜନା

0

ଆଠଗଡ଼: ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଆରତି ଷ୍ଟିଲ୍‍ରେ ଆଜି ଉତ୍ତେଜନା ଦେଖାଦେଇଛି। ଗେଟ୍‍ ସମ୍ମୁଖରେ ଶ୍ରମିକ ଓ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି। ମୃତଙ୍କ ପରିବାରକୁ କ୍ଷତିପୂରଣ ଓ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଦାବିରେ ଆଜି ସକାଳୁ ଆନ୍ଦୋଳନ ଚାଲିଥିଲା। ପରେ ସ୍ଥାନୀୟ ପ୍ରଶାସନ, ପୁଲିସ ଓ କମ୍ପାନୀ କର୍ତ୍ତୃପକ୍ଷ ଆନ୍ଦୋଳନରତ ଶ୍ରମିକଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତକଙ୍କ ପରିବାରକୁ ୧୧ ଲକ୍ଷ ଟଙ୍କାର କ୍ଷତିପୂରଣ, ମାସିକ ୭ ହଜାର ଟଙ୍କା ପେନ୍‍ସନ୍‍ ପାଇଁ କର୍ତ୍ତୃପକ୍ଷ ସମ୍ମତ ହୋଇଥିବା ଜଣାପଡ଼ିଛି। ଏଥିସହିତ କମ୍ପାନୀ କର୍ତ୍ତୃପକ୍ଷ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ଜାରି ରହିଛି। କିଛି ଦିନ ତଳେ ଡମ୍ପର ଚଢ଼ିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

Leave A Reply