www.samajalive.in
Monday, December 15, 2025
24.1 C
Bhubaneswar

ଶ୍ରାବଣ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୪୦ହଜାର କାଉଡିଆ ଭକ୍ତ

ଆରଡି:  ପବିତ୍ର ଶ୍ରାବଣମାସ ସୋମବାରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ହଜାର କାଉଡିଆ ଭକ୍ତଙ୍କ ସମାଗମ ହୋଇଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ରବିବାର ଠାରୁ ଜଳଲାଗି ନିମନ୍ତେ ମନ୍ଦିର ଦ୍ୱାର ସାହାଣ ମେଲା କରାଯାଇଥିବା ବେଳେ ସୋମବାର ଦୈନନ୍ଦିନ ନୀତିନୀର୍ଘଣ୍ଟକୁ ସାମନ୍ୟ ପରିବର୍ତ୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା, ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ଆଦି ୫ଟା ସୁଧା ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ଭକ୍ତମାନଙ୍କ ଦର୍ଶନ ଓ ମାନସିକ ପୂଜାର୍ଚ୍ଚନା ପାଇଁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସାହଣ ମେଲା କରାଯାଇଥିଲା। ଏପରିକି ଚଳିତ ସୋମବାର ପୀଠରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ଶ୍ରାବଣମାସର ଶେଷ ପାଳି ହୋଇଥିବାରୁ ନାହିଁ ନ ଥିବା ଭକ୍ତଙ୍କ ଭିଡ ପରିଲିକ୍ଷିତ ହୋଇଥିଲା ।  ଆଗନ୍ତୁକ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ବିଭାଗ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ପୀଠକୁ ସଂଯୋଗ କରୁଥିବା ସମସ୍ତ ସ୍ଥଳପଥରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ ନିୟୋଜିତ ରହିବା ସହିତ ନଦୀଘାଟର ଉଭୟ ପାଶ୍ୱର୍ରେ ବ୍ୟାପକ ପୁଲିସ ମୃତ୍ୟୟନ କରାଯାଇଥିବା ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପ୍ରକାଶ କରିଛନ୍ତି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories