www.samajalive.in
Monday, December 15, 2025
24.1 C
Bhubaneswar

ହୋଇଥିଲା ଦୁଇ ମାସର ଦଣ୍ଡ, ଜେଲ୍‍ରେ କଟିଲା ୩୬ ବର୍ଷ

ନୂଆଦିଲ୍ଲୀ : ମାତ୍ର ଦୁଇ ମାସ୍‍ ଜେଲ୍‍ ଦଣ୍ଡ ହୋଇଥିଲା। କିନ୍ତୁ ଜେଲ୍‍ର କାଳ କୋଠରୀରେ ୩୬ ବର୍ଷ କଟିଯାଇଛି। ଯୁବା ବୟସ ଗଡ଼ି ବାର୍ଦ୍ଧକ୍ୟ ଆସିଯାଇଛି। ୩୬ ବର୍ଷ କାଳ ଜେଲରେ ରହି ପରିବାର, ସାଙ୍ଗ ସାଥିକୁ ଝୁରୁଥିଲେ। ଏବେ ମୁକୁଳିବା ପରେ ଘର, ବାଡ଼ି ସହର ସବୁ ଅଚିହ୍ନା ଲାଗୁଛି। କେତେ ସାଙ୍ଗଙ୍କ ନାମ ଆଉ ମନେ ନାହିଁ। ତାଙ୍କ ନାମ ବି କେହି ମନେ ରଖିନାହାନ୍ତି କି ଚିହ୍ନି ପାରୁ ନାହାନ୍ତି। ଏହା ହେଉଛି ପାକିସ୍ତାନ ଜେଲରୁ ସୋମବାର ମୁକ୍ତି ପାଇଥିବା ଜୟପୁର ନିବାସୀ ଗଜାନନ୍ଦ ଶର୍ମାଙ୍କ କାହାଣୀ। ୩୨ ବର୍ଷ ବୟସରେ ସେ ସୀମାରେ ପାକିସ୍ତାନ ରେଞ୍ଜର୍ସଙ୍କ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ଅପରାଧ କ’ଣ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ହେଲେ ତାଙ୍କୁ ଦୁଇ ମାସ ଜେଲ୍‍ ହୋଇଥିଲା। ଜେଲ୍‍ ଦଣ୍ଡ ପୂରା ହେବା ପରେ ବି ସେ ଜେଲ୍‍ରୁ ମୁକ୍ତି ପାଇନଥିଲେ। ପାକିସ୍ତାନ ଜେଲର କାଳ କୋଠରୀରେ ଏଭଳି ତାଙ୍କର ୩୬ ବର୍ଷ କଟିଗଲା। ସୋମବାର ବାହାରେ ସୂର୍ଯ୍ୟାଲୋକ ଦେଖିବା ସହ ମୁକ୍ତିର ସ୍ୱାଦ ଚାଖି ସ୍ୱଦେଶକୁ ଫେରିଥିବା ଗଜାନନ୍ଦ ନିଜର ଏହି କାହାଣୀ ବଖାଣିଛନ୍ତି। ଗଜାନନ୍ଦ ଜୀବନ୍ତ ଥିବା କଥା ବି ତାଙ୍କ ପରିବାର ଜାଣିନଥିଲେ। ପାକିସ୍ତାନରୁ କିଛି କାଗଜପତ୍ର ଏସ୍‍ପିଙ୍କ ଯୋଗେ ତାଙ୍କ ଘରେ ପହଞ୍ଚିବା ପରେ ଗଜାନନ୍ଦ ଜୀବନ୍ତ ଥିବା ଜଣାପଡିଥିଲା। ସେ ଏବେ ୬୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୋମବାର ମୁକ୍ତି ପରେ ଅଟ୍ଟାରି ୱାଘା ସୀମା ଫାଟକ ନିକଟରେ ପତ୍ନୀ, ପୁତ୍ର ଏବଂ ସମ୍ପର୍କୀୟ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଗଜାନନ୍ଦ ଦୀର୍ଘ ୩୬ ବର୍ଷ ଧରି ଲାହୋରର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିଲେ।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories