www.samajalive.in
Monday, December 15, 2025
27.1 C
Bhubaneswar

ଲଡୁଗାଁରେ ଅସମ୍ଭାଳ ହେଉଛି ଡେଙ୍ଗୁ , ଆକ୍ରନ୍ତଙ୍କ ସଂଖ୍ୟା ୪୪ ଛୁଇଁଲା

କୋକସରା: ଲଡୁଗାଁରେ ଡେଙ୍ଗୁ ରୋଗ ଧିରେ ଧିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରବିବାର ସୁଦ୍ଧା ୨୪ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ସୋମବାରରେ ଏହି ସଂଖ୍ୟା ୪୪କୁ ବୃଦ୍ଧି ପାଇଛି ।

ରବିବାରରେ  ୧୦ଜଣ ଆକ୍ରାନ୍ତଙ୍କୁ ଭବାନିପାଟଣା ମେଡିକାଲ ପଠାଯାଇଥିବାବେଳେ ସୋମବାରରେ ପୁଣି ୯ଜଣକୁ ଭବାନିପାଟଣା ଡାକ୍ତରଖାନାକୁ ପଠାଯାଇଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଘର ଘର ବୁଲି ସଚେତନତା ସୃଷ୍ଟି କରାଇବା ସହ ମଶା ନିପାତ ପାଇଁ ଔଷଧ ସିଞ୍ଚନ,ଫଗିଂ କରାଯାଉଥିବା କୁହାଯାଉଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଭଳି ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଥିଲେ ହେଁ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗ ଅଧିନରେ କାମ କରୁଥିବା ଗାଁ କଲ୍ୟାଣ ସମିତି ନାଁକୁ ମାତ୍ର ରହିଛି। ପ୍ରତିବର୍ଷ ଏହି କମିଟିକୁ  ୧୦୦୦୦(ଦଶ ହଜାର)ଟଙ୍କା ଅନୁଦାନ ମିଳିଥାଏ। ଯେଉଁଥିରୁ ଆଶାକର୍ମୀଙ୍କ ପାଇଁ ୧୮୦୦ ଓ ମାସିକ ସଭା ବାବଦକୁ ୨୫୦ଟଙ୍କା ହିସାବରେ ବର୍ଷକୁ ୩୦୦୦ଟଙ୍କା ଖର୍ଚ୍ଚ ହେବାକୁଥିବାବେଳେ ବାକି ୫୨୦୦ଟଙ୍କା ଗାଁ ପରିମଳ ପାଇଁ  ଖର୍ଚ୍ଚ ହୋଇଥାଏ। ଲଡୁଗାଁରେ ୨ଟି ଗାଁ କଲ୍ୟାଣ ସମିତି ରହିଚି। ତେବେ ପରିମଳ ବ୍ୟବସ୍ଥା ତଦାରଖ କରିବା ଆମ କାମ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ ମୁହଁ ମୋଡୁଥିବାବେଳେ ପରିମଳ ସଜାଡିବା ଯେଉଁମାନଙ୍କ ଦାୟିତ୍ୱ ସେମାନେ ମଧ୍ୟ ତାଙ୍କ ଦାୟିତ୍ୱ ସଠିକଭାବେ ତୁଲାଉ ନାହାନ୍ତି। ଡେଙ୍ଗୁ ବ୍ୟାପିବା ଯୋଗୁଁ ଲଡୁଗାଁ ଅଂଚଳରେ ଲୋକେ ଆତଙ୍କିତ ଥିବାବେଳେ ପ୍ରଶାସନିକ ଅଧିକାରୀମାନଙ୍କ ଏଠାକୁ ଗସ୍ତ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି।  ତେବେ ପରିମଳ ଅବସ୍ଥା ବିଗିଡିଥିବାରୁ ମଶା ବଂଶ ବୃଦ୍ଧି ହେବା ସହ ଡେଙ୍ଗୁ ବ୍ୟାପିଥିବା ଅଭିଯୋଗ ହୋଇଛି ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories