BJD Bijuli 480×75 Mob

ଫେସବୁକ୍‌ ଡାଟା ଲିକ୍‌: କଂଗ୍ରେସ ୱେବସାଇଟ୍‌ ବନ୍ଦ

BJD Bijuli 480×75 Mob
0

ନୂଆଦିଲ୍ଲୀ: ଫେସବୁକ୍‌ ତଥ୍ୟ ଲିକ୍‌ ମାମଲାରେ ରାଜନୈତିକ ହଟଚମଟ କ୍ରମଶଃ କଂଗ୍ରେସ-ବିଜେପି କାଦୁଅ ଫିଙ୍ଗା ରାଜନୀତିରେ ପହଞ୍ଚି ଯାଇଛି। ବିଜେପି ପକ୍ଷରୁ କଂଗ୍ରେସ ସଭ୍ୟ ସଂଗ୍ରହ ପ୍ରାଇଁ ନିର୍ମିତ ୱେବସାଇଟର କାର୍ଯ୍ୟକାରିତାକୁ ନେଇ ବିଜେପି ପ୍ରଶ୍ନ ଉଠେଇବା ପରେ କଂଗ୍ରେସ ପକ୍ଷରୁ ୱେବସାଇଟକୁ ବନ୍ଦ କରିଦେବା ଘଟଣା ରାଜନୈତିକ ପ୍ରସଙ୍ଗରେ ପରିଣତ ହେବାରେ ଲାଗିଛି। ସେହିପରି କଂଗ୍ରେସ ଦଳ ଦ୍ୱାରା ସ୍ମାର୍ଟ ଫୋନରେ ବ୍ୟବହାର ହେଉଥିବା ଆପ୍‌କୁ ମଧ୍ୟ ହଟାଇ ନିଆଯାଇଛି।

ଅପରପକ୍ଷରେ ଏହି ଆପ୍‌କୁ ୬ମାସ ପୂର୍ବେ ବନ୍ଦ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଥିଲା। ଏହି ଆପ୍‌ ବ୍ୟବହାରକାରୀଙ୍କ ପାଇଁ ଜଟିଳ ହୋଇଥିବାରୁ କଂଗ୍ରେସର ସୋସିଆଲ ମିଡିଆ ଟିମ୍‌ ଏହି ଆପ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ଏହି ଆପ୍‌ ମାଧ୍ୟମରେ କଂଗ୍ରେସ କୌଣସି ତଥ୍ୟ ହାସଲ କରି ନଥିଲା ବୋଲି ବିଜେପିର ଅଭିଯୋଗର ଉତ୍ତରରେ ପ୍ରକାଶ କରାଯାଇଛି। ଫେସବୁକରୁ ତଥ୍ୟ ଲିକ୍‌ ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ସମେତ ଏକାଧିକ ବରିଷ୍ଠ ନେତା ବିଜେପି ଦ୍ୱାରା ପରିଚାଳିତ ‘ନମୋ’ ଆପ୍‌ର କାର୍ଯ୍ୟକାରିତାକୁ ନେଇ ଅଭିଯୋଗ କରିଥିଲେ। ଶେଷରେ ବାଧ୍ୟ ହୋଇ ବିଜେପିକୁ ଏହି ଆପ୍‌ ସମ୍ପର୍କରେ ସ୍ପଷ୍ଟିକରଣ ଦେବାକୁ ପଡ଼ିଥିଲା। ତେବେ ଯେମିତି କଂଗ୍ରେସ ଆପକୁ ନେଇ ଅଭିଯୋଗ ଉଠିଲା ତୁରନ୍ତ ଦଳ ପକ୍ଷରୁ ଆପକୁ ପ୍ଲୋ-ଷ୍ଟୋରରୁ ହଟାଇ ଦେଇଥିଲେ।

ଏହି ଆପକୁ ମୋବାଇଲରେ ଇନ୍‌ଷ୍ଟଲ କଲେ ମୋବାଇଲରେ ଥିବା ତଥ୍ୟ ସିଂଙ୍ଗାପୁରର ଏକ କମ୍ପାନୀକୁ ମିଳି ଯାଉଥିଲା। ବିଜେପିର ଏଭଳି ଅଭିଯୋଗରେ କଂଗ୍ରେସ ଉକ୍ତ ଆପକୁ ବନ୍ଦ କରି ଦିଆଯିବା ସହ ତଥ୍ୟ ଚୋରିକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ। ଅଥଚ ଅଲିୟନ ଏଣ୍ଡରସନ୍‌ ନାମକ ଜଣେ ଟ୍ୱିଟର ଉପଭୋକ୍ତା କଂଗ୍ରେସ ଆପ ମାଧ୍ୟମରେ ବେଶ୍‌ ରୋମାଞ୍ଚକର ତଥ୍ୟ ପାଇଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଖୁବ୍‌ ଶୀଘ୍ର ସର୍ବ ସମ୍ମୁଖରେ ପ୍ରକାଶ କରିବେ ବୋଲି ଏଣ୍ଡରସନ୍‌ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ ଏଣ୍ଡରସନ ଆଉ ଏକ ଟ୍ୱିଟ୍‌ କରି କଂଗ୍ରେସ ଆପ ଦ୍ୱାରା ସଦସ୍ୟତା ହାସଲ କରିବା କ୍ଷଣି ଆପଣଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସିଂଙ୍ଗାପୁରସ୍ଥିତ କମ୍ପାନୀକୁ ଚାଲି ଯାଉଛି ବୋଲି ସେ ଘୋଷଣା କରିଛନ୍ତି। ଏହି ଟ୍ୱିଟ୍‌ ପରଠାରୁ କଂଗ୍ରେସ ୱେବସାଇଟ ଓ ଆପକୁ ପ୍ଲେ-ଷ୍ଟୋରରୁ ଉଭାନ ହୋଇଯାଇଛି।

Leave A Reply