www.samajalive.in
Saturday, December 13, 2025
26.1 C
Bhubaneswar

ଜୀବନକୁ ଉଚିତ ପଥକୁ ନେବା ପାଇଁ କାଲାମଙ୍କ ୧୦ଟି ଅମୂଲ୍ୟ ବାଣୀ

ସବୁଠାରୁ ଭଲ କାମ କ’ଣ ହୋଇଥାଏ ? କୌଣସି ବ୍ୟକ୍ତିକୁ ଖୁସି କରିବା, ଭୋକିଲା ବ୍ୟକ୍ତିକୁ ଖାଇବାକୁ ଦେବା, ଆବଶ୍ୟକ ଥିବା ବ୍ୟକ୍ତିକୁ ସାହାଯ୍ୟ କରିବା, ଦୁଃଖି ବ୍ୟକ୍ତିର ଦୁଃଖ ହାଲୁକା କରିବା ଇତ୍ୟାଦିକୁ ବୁଝିଥାଉ। ଏହା ଭାରତର ପୂର୍ବ ରାଷ୍ଟ୍ରପତି ଓ ମିଶାଇଲ ମ୍ୟାନ ଅବଦୁଲ କାଲାମଙ୍କ ବାଣୀ ଥିଲା। ସେ ଭାରତର ସର୍ବୋଚ୍ଚ ପଦ ସମ୍ଭାଳିଥିଲେ। ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ମିଳିଥିଲା। କିନ୍ତୁ ନିଜେ ପାଇଥିବା ପଦବୀ ପାଇଁ କେବେ ବି ତାଙ୍କ ମନରେ ଅହଙ୍କାର ନଥିଲା। ସେ ସର୍ବଦା ଲୋକଙ୍କ ସେବା କରିବା ନିମନ୍ତେ ତତ୍ପର ରହୁଥିଲେ। ଦେଶ ସେବା ଓ ମାନବ ସେବାକୁ ସେ ତାଙ୍କର ପ୍ରଥମ ଓ ଶେଷ ଲକ୍ଷ୍ୟ ଭାବେ ମାନିଥିଲେ। ସେ ଏହି ପଥକୁ ଜୀବନର ଲକ୍ଷ୍ୟ ଭାବେ ଆପଣେଇ ନେଇଥିଲେ।

ସେ ନିଜ ଜୀବନକାଳରେ କିଛି ପ୍ରେରଣାଦାୟୀ ବାଣୀ କହିଥିଲେ। ତାଙ୍କର ଆଦର୍ଶ ଓ ପ୍ରେରଣାଦାୟୀ ବାଣୀ ଆମେ ମାନି ଆଗକୁ ବଢିବା ଉଚିତ। କାରଣ ଏହା ମାନିବା ଦ୍ବାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଭବିଷ୍ୟତ ଉଜ୍ବଳମୟ ହେବ। ଆସନ୍ତୁ ଜାଣିବା ତାଙ୍କର ପ୍ରେରଣାଦାୟୀ ବାଣୀ ବିଷୟରେ ..

- Advertisement -

୧. ଉଚ୍ଚତାରେ ପହଞ୍ଚିବାକୁ ହେଲେ ଶକ୍ତି ଅର୍ଥାତ ଯୋଗ୍ୟତା ଥିବା ଆବଶ୍ୟକ। ସେହି ଉଚ୍ଚତା ଏଭରେଷ୍ଟ ଚଢିବା ହେଉ କି ଆପଣଙ୍କ କ୍ୟାରିଅର ହେଉ

୨. କଷ୍ଟ ଜୀବନର ଏକ ଅଂଶ ଅଟେ। ସେହି କାରଣରୁ ଜୀବନ ସରି ଯାଇ ନଥାଏ। କିନ୍ତୁ ନିଜେ ସେହି କଷ୍ଟରୁ ବାହାରିବା ପାଇଁ ଚେଷ୍ଟା କରିବା ଉଚିତ। ଏହାଦ୍ବାରା ନିଜର ଶକ୍ତି ଓ ସାହାସ ଜାଣି ହୁଏ। କଷ୍ଟକୁ ମଧ୍ୟ ଜାଣିବାକୁ ଦିଅନ୍ତୁ ଯେ, ଆପଣ ତାକୁ କେତେ ଅସୁବିଧାରେ ପକାଇ ପାରନ୍ତି

୩. ପ୍ରତ୍ୟେକ ମନୁଷ୍ୟ ଜୀବନରେ ଅସୁବିଧା ଆସିବା ଦରକାର। କାରଣ ସେହି ଅସୁବିଧା ସଫଳତାର ସୁଖ ଦେଇଥାଏ।

୪. କେବେ ବି ଆଶା ଛାଡିବା ଉଚିତ ନୁହେଁ। ଏବଂ ନିଜକୁ ହାରିବାକୁ ଦେବା ମଧ୍ୟ ଉଚିତ ନୁହେଁ

୫. କାହାର ସ୍ବପ୍ନ ପୂରଣ କରିବାକୁ ଇଚ୍ଛା ଥିଲେ ନିଜେ ପ୍ରଥମେ ସ୍ବପ୍ନ ଦେଖିବା ଉଚିତ

୬. ନିଜ ମିଶନରେ ସଫଳ ହେବାକୁ ହେଲେ ଆମକୁ ନିଜର ଲକ୍ଷ୍ୟ ଓ ଏକାଗ୍ରଚିତ୍ତ ହୋଇ କାମ କରିବା ଆବଶ୍ୟକ। ଏହାଦ୍ବାରା ସଫଳତା ନିଶ୍ଚୟ ମିଳିବ।

୭. ଇଂରାଜୀ ଶିକ୍ଷାର ଅତ୍ୟନ୍ତ ଆବଶ୍ୟକ ରହିଛି। ବର୍ତ୍ତମାନ ସମୟରେ ବିଜ୍ଞାନ ସମ୍ବନ୍ଧିତ କିଛି ତଥ୍ୟ ଜାଣିବାକୁ ହେଲେ ଇଂରାଜୀ ଜାଣିବା ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ତାଙ୍କୁ ବିଶ୍ବାସ ଥିଲା ଯେ, କିଛି ଦିନ ପରେ ଆମ ଭାଷାରେ ବିଜ୍ଞାନକୁ ବୁଝିବା ପରି ଭାଷା ମଧ୍ୟ ସାମିଳ ହୋଇଯିବ। ସେହି ସମୟରେ ଆମେ ମଧ୍ୟ ଜାପାନ ଅଧିବାସୀଙ୍କ ପରି ଉନ୍ନତି କରି ପାରିବା।

୮. ଧର୍ମ ସ୍ଥାପନା ପାଇଁ କାହାକୁ ମାରିବା କୌଣସି ଧର୍ମଗ୍ରନ୍ଥରେ ଲେଖା ହୋଇ ନାହିଁ।

୯. ଭଗବାନ ଆମର ନିର୍ମାତା ଅଟନ୍ତି। ସେ ଆମର ମନ, ମସ୍ତିଷ୍କ ଓ ବ୍ୟକ୍ତିତ୍ବକୁ ଅନେକ ପ୍ରକାର ଶକ୍ତି ଓ ଯୋଗ୍ୟତା ଦେଇଛନ୍ତି। ପ୍ରାର୍ଥନା କରିବା ଦ୍ବାରା ଆମର ଶକ୍ତି ବଢି ଥାଏ। ତେଣୁ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ।

୧୦. ଗୋଟିଏ ଭଲ ବହି ଆମର ଶହେ ବନ୍ଧୁଙ୍କ ସହ ସମାନ ହୋଇଥାଏ। କିନ୍ତୁ ଜଣେ ଭଲ ବନ୍ଧୁ ଏକ ପୁସ୍ତକାଳୟ ପରି ହୋଇଥାଏ। ତେଣୁ ପ୍ରତ୍ୟେକଙ୍କ ଜୀବନରେ ଜଣେ ଭଲ ବନ୍ଧୁ ରହିବା ଆବଶ୍ୟକ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories