www.samajalive.in
Sunday, December 7, 2025
26.1 C
Bhubaneswar

ହତ୍ୟା ରହସ୍ୟ ଉପରେ ଆଧାରିତ ‘ରାତ୍‍ ବାକି ହୈ’ରେ ନଜର ଆସିବେ ଅନୁପ ସୋନୀ

ନୂଆଦିଲ୍ଲୀ: ଅଭିନେତା ଅନୁପ ସୋନୀ, ରାହୁଲ ଦେବ, ପାଓଲୀ ଦାମ ଓ ଦୀପାନିତା ଶର୍ମା ଅଭିନୀତ ଫିଲ୍ମ ‘ରାତ୍‍ ବାକି ହୈ’ ଏପ୍ରିଲ ୧୬ ତାରିଖରେ ଡିଜିଟାଲ ପ୍ଲାଟଫର୍ମ ଜି୫ରେ ରିଲଜ୍‍ ହେବ। ହତ୍ୟା ରହସ୍ୟ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅନୁପ ସୋନୀ ଜଣେ ଚଳଚ୍ଚିତ୍ର ଲେଖକ ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଏକ ହତ୍ୟାକାଣ୍ଡରେ ଫସି ଯାଉଛନ୍ତି। ଏହାପରେ ନିଜକୁ ବଞ୍ଚାଇବା ପାଇଁ ଜୋର୍‍ଦାର୍‍ ପ୍ରୟାସ କରୁଛନ୍ତି।

ସୂଚନାଯୋଗ୍ୟ, ଅନୁପ ସୋନୀ ଅନେକ ଫିଲ୍ମ ଏବଂ ଧାରାବାହିକରେ କାମ କରିଛନ୍ତି। ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ବଲିଉଡ଼ରେ ସକ୍ରିୟ ଅଛନ୍ତି। କେବଳ ଏତିକି ନୁହେଁ ସୋନୀ ଟିଭିରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ଶୋ’ କ୍ରାଇମ୍‍ ପେଟ୍ରୋଲକୁ ସେ ଦୀର୍ଘ ୮ ବର୍ଷ ଧରି ହୋଷ୍ଟ କରିଛନ୍ତି। ଖୁବଶୀଘ୍ର ସେ ଜନ୍‍ ଆବ୍ରାହମଙ୍କ ଆଗାମୀ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ-୨’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories