ଯୁଦ୍ଧାସ୍ତ୍ରର ଘରୋଇ ଉତ୍ପାଦନ ଲାଗି ୧୫ ହଜାର କୋଟି ମଞ୍ଜୁର

0

ନୂଆଦିଲ୍ଲୀ: ପ୍ରତିରକ୍ଷା ପାଇଁ ଅତ୍ୟାବଶ୍ୟକ ଯୁଦ୍ଧାସ୍ତ୍ରର ଘୋର ଅଭାବ ରହିଛି। ଏହି ଅଭାବ ଦୂର କରିବା ପାଇଁ କେନ୍ଦ୍ର ସରକାର ଘରୋଇ କ୍ଷେତ୍ରକୁ ଯୁଦ୍ଧାସ୍ତ୍ର ଉତ୍ପାଦନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ୧୫ ହଜାର କୋଟି ଟଙ୍କାର ବଜେଟ୍‍ ବ୍ୟବସ୍ଥା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ୧୦ ବର୍ଷ ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ୭ ପ୍ରକାର ଯୁଦ୍ଧାସ୍ତ୍ର ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି। ବିଦେଶୀ କମ୍ପାନୀ ସହିତ ଯୌଥ ଉଦ୍ୟୋଗରେ ଏହି ସବୁ ଅସ୍ତ୍ରଶସ୍ତ୍ର ଉତ୍ପାଦନ ହେବ। ଯୁଦ୍ଧ ହେଲେ ମାତ୍ର ୧୦ ଦିନ ପାଇଁ ଯୁଦ୍ଧାସ୍ତ୍ର ଉପଲବ୍ଧ ବୋଲି ସିଏଜି ରିପୋର୍ଟ ଦେବା ପରେ ଅଧିକ ଯୁଦ୍ଧାସ୍ତ୍ର ଉତ୍ପାଦନ ଉପରେ ସରକାର ଗୁରୁତ୍ୱ ଦେଇଥିଲେ।

Leave A Reply