www.samajalive.in
Monday, December 15, 2025
24.1 C
Bhubaneswar

ତ୍ୱଚାର ସୌନ୍ଦର୍ଯ୍ୟ କିଛି ବର୍ଷ ପରେ କମ୍‌ ହୋଇଯିବ; ଜାଣନ୍ତୁ କାହିଁକି ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏମିତି କହିଲେ ଅମିତାଭ..

ମୁମ୍ବାଇ : ୧୯୯୪ରେ ମିସ୍‌ ୱାଲ୍ଡର ମୁକୁଟ ନିଜ ନାମରେ କରିଥିବା ବଲିଉଡ୍‌ ଅଭିନେତ୍ରୀ ତଥା ବଚ୍ଚନ ପରିବାରଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କୁ ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ । ସେ ୨୦୦୭ରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ । ଏହାସହ ୨୦୧୧ରେ ଆରାଧ୍ୟାଙ୍କ ମାଆ ହୋଇଥିଲେ। ନିକଟରେ ଅମିତାଭଙ୍କ ଲୋକପ୍ରିୟ ଶୋ’ କେବିସି ୧୬ରେ ଜଣେ ଶିଶୁ ଅମିତାଭଙ୍କୁ ଐଶ୍ୱର୍ଯ୍ୟାଙ୍କ ସୁନ୍ଦରତାର ପ୍ରଶଂସା କରିବା ସହ ସୌନ୍ଦର୍ଯ୍ୟ ଟିପ୍ସ ମାଗିଥିଲେ ।

ଏହି ପ୍ରଶ୍ନରେ ଅମିତାଭ ଯେଉଁ ଉତ୍ତର ଦେଇଥିଲେ, ତାହାର ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି । ଶୋ’ରେ ଶିଶୁ ଜଣକ ଅମିତାଭଙ୍କୁ କହିଥିଲେ, ଐଶ୍ୱର୍ଯ୍ୟା ଖୁବ୍‌ ସୁନ୍ଦର, ଅମିତାଭ ସେହି ସମୟରେ କହିଥିଲେ ହଁ ମୁଁ ଜାଣିଛି । ଏହା ପରେ ପୁଣି ଶିଶୁ ଜଣକ କିଛି ସୌନ୍ଦର୍ଯ୍ୟ ଟିପ୍ସ ମାଗିଥିଲେ ।

- Advertisement -

ଏହାପରେ ଅମିତାଭ କହିଥିଲେ, ତ୍ୱଚାର ସୌନ୍ଦର୍ଯ୍ୟ କିଛି ବର୍ଷ ପରେ କମ୍‌ ହୋଇଯିବ । ମାତ୍ର ହୃଦୟର ସୌନ୍ଦର୍ଯ୍ୟ ସର୍ବଦା ରହିବ । ଏହାଶୁଣି ଉପସ୍ଥିତ ଥିବା ସମସ୍ତ ପ୍ରଶଂସକ ତାଳି ବଜାଇବା ଆରମ୍ଭ କରିଥିଲେ । ଦର୍ଶକ ଅମିତାଭଙ୍କ ଏହି ଜବାବକୁ ଖୁବ୍‌ ପସନ୍ଦ କରିଥିଲେ ।

ସୂର୍ଯ୍ୟ ଓ ମଙ୍ଗଳ ଏକାଠି ଯୋଗୁଁ ହେବ ଶକ୍ତିଶାଳୀ ଷଡାଷ୍ଟକ ଯୋଗ ; ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ସବୁ ଚିନ୍ତା..

ଏହି ବିଶେଷ ସପ୍ତାହଟି ଶୋ’ର ରୌପ୍ୟ ଜୟନ୍ତୀ ଅର୍ଥାତ୍ ୨୫ ବର୍ଷ ପୂରଣକୁ ମନେ ପକାଇବା ପାଇଁ ପାଳନ କରାଯାଉଛି। ଅମିତାଭ ବଚ୍ଚନ ଏହି ଶୋ’ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି ଏବଂ ଦର୍ଶକମାନେ ତାଙ୍କର ହୋଷ୍ଟିଂକୁ ବହୁତ ପସନ୍ଦ କରନ୍ତି।  ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୮ ବର୍ଷ ହୋଇସାରିଛି। ନିକଟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ନେଇ ଅନେକ ଘଟଣା ସହ ଗୁଜବ ଶୁଣିବାକୁ ମିଳିଥିଲା। ବଚ୍ଚନ ପରିବାର ପ୍ରାୟତଃ  ନିଜ ବ୍ୟକ୍ତିଗତ ଜୀବନକୁ ଗଣମାଧ୍ୟମଠାରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି।

ଦେଖନ୍ତୁ ଭିଡିଓ; ଷ୍ଟେଜ୍‌ ଉପରେ ବରଙ୍କୁ ଖାଲି ଚାପୁଡା, ଜାଣନ୍ତୁ କାରଣ..

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories