www.samajalive.in
Sunday, December 7, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ଷ୍ଟେଜ୍‌ ଉପରେ ବରଙ୍କୁ ଖାଲି ଚାପୁଡା, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ବିବାହ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।

ଭାଇରାଲ୍‌ ହେଉଥିବା ଭିଡିଓ କୌଣସି ଫିଲ୍ମର ଦୃଶ୍ୟରୁ କମ୍‌ ନୁହେଁ । ଏହି ଭିଡିଓଟି ଉତ୍ତରପ୍ରଦେଶର ଝାନ୍ସିରେ ଏକ ବିବାହ ସମାରୋହରେ ଘଟିଛି । ବର ଜଣକ ମଣ୍ଡପରେ ଥିବା ସମୟରେ ପ୍ରଥମ ପତ୍ନୀ ଓ ତାଙ୍କ ପରିବାର ପହଞ୍ଚି ହଇଚଇ ସୃଷ୍ଟି କରିଥିଲେ।

- Advertisement -

ବରଯାତ୍ରୀ କନ୍ୟାଙ୍କ ମଣ୍ଡପ ନିକଟରେ ପହଞ୍ଚି ସାରିଥିଲା । ବର ଷ୍ଟେଜ୍‌ ଉପରେ ଥିଲେ । ସେହି ସମୟରେ କନ୍ୟାଙ୍କ ବଦଳରେ ଆଉ ଜଣେ ଯୁବତୀ ଷ୍ଟେଜ୍‌ ଉପରେ ଚଢି ଯାଇଥିଲେ । ଲୋକେ କିଛି ବୁଝିବା ଆଗରୁ ବରଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ମାଡ ବର୍ଷା । ମାଡ ମାରୁଥିବା ଯୁବତୀ ବରଙ୍କ ପ୍ରଥମ ପତ୍ନୀ ଓ ପରିବାର ଲୋକେ ବୋଲି ଜଣାପଡିଥିଲା । ଯୁବତୀ ଜଣକ ଅଭିଯୋଗ କରିଥିଲେ, ବର ଜଣକ ତାଙ୍କୁ ଛାଡପତ୍ର ନଦେଇ ଦ୍ୱିତୀୟ ବିବାହ କରୁଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପୁଲିସ ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଯୁବତୀ ଜଣକ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ଯୁବକ ଜଣକ ତାଙ୍କୁ ଛାଡପତ୍ର ନଦେଇ ୨ୟ ବିବାହ କରୁଥିଲେ । ଆଇନ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। ଭାରତୀୟ ଆଇନ ଅନୁସାରେ, ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ, ଯେକୌଣସି ବ୍ୟକ୍ତି ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ଦ୍ୱିତୀୟ ବିବାହ କରି ପାରିବେ ନାହିଁ। ଏହା ଏକ ଦଣ୍ଡନୀୟ ଅପରାଧ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂର୍ଯ୍ୟ ଓ ମଙ୍ଗଳ ଏକାଠି ଯୋଗୁଁ ହେବ ଶକ୍ତିଶାଳୀ ଷଡାଷ୍ଟକ ଯୋଗ ; ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ସବୁ ଚିନ୍ତା..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories