www.samajalive.in
Wednesday, November 12, 2025
27.1 C
Bhubaneswar

ଗାଜାର ମାଲିକାନା ଚାହୁଁଛନ୍ତି ଟ୍ରମ୍ପ, କହିଲେ- ଆବଶ୍ୟକ ପଡ଼ିଲେ ଆମ ସେନା ପଠାଇବୁ

ଓ୍ବାଶିଂଟନ୍‌: ଗାଜାର ମାଲିକାନା ଚାହୁଁଛନ୍ତି ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ସେ ଚାହୁଁଛନ୍ତି ଗାଜାର ମାଲିକାନା  ହକ୍ ଆମେରିକା ପାଖରେ ରହୁ ଏବଂ ଗାଜାର ପୁନଃ ନିର୍ମାଣ କରୁ। ଟ୍ରମ୍ପ ହ୍ବାଇଟ ହାଉସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ଗାଜାର ମାଲିକାନା ନେବାକୁ ଚାହୁଁଛୁ। ଏହାପରେ ଗାଜାରେ ଥିବା ବିପଜ୍ଜନକ ବୋମା ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ଦାୟିତ୍ବ ଆମର ହେବ। ଆମେରିକା ପୁରୁଣା ଓ ଭାଙ୍ଗିଯାଇଥିବା ଅଟ୍ଟାଳିକାଗୁଡ଼ିକର ପୁନଃ ନିର୍ମାଣ କରାଇବ ଏବଂ ଗାଜାର ଅର୍ଥନୈତିକ ବିକାଶ କରିବ। ଏହା ଗାଜାର ଲୋକଙ୍କୁ ରୋଜଗାର ଏବଂ ଘର ଯୋଗାଇବ।

ଟ୍ରମ୍ପ କହିଛନ୍ତି ଯେ, ଗାଜାର ପୁନଃ ନିର୍ମାଣ ପାଇଁ ଯଦି ଆମେରିକା ସେନାଙ୍କ ଆବଶ୍ୟକ ପଡ଼େ, ତେବେ ସେ ସେନାକୁ ମଧ୍ୟ ଗାଜାରେ ନିୟୋଜିତ କରିବେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମଧ୍ୟ ଟ୍ରମ୍ପଙ୍କ ଏହି ଯୋଜନାକୁ ସମର୍ଥନ କରିଛନ୍ତି ଏବଂ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି।

Hot this week

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ଫୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା...

Related Articles

Popular Categories