www.samajalive.in
Sunday, December 7, 2025
23.1 C
Bhubaneswar

ମର୍ଣ୍ଣିଂ ଓ୍ବାକ୍ ବେଳେ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ଜୀବନ

ଉଦଳା: ମର୍ଣ୍ଣିଂ ଓ୍ବାକ୍ ବେଳେ ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ଗାଁ ନିକଟରେ । ମୃତକ କୃପାସିନ୍ଧୁ ସେଠୀ ବୋଲି ଜଣାପଡିଛି।  ସୂଚନା ମୂତାବକ କପ୍ତିପଦା ଅଞ୍ଚଳର କୃପାସିନ୍ଧୁ ସେଠୀ ଆଜି ସକାଳେ ମର୍ଣ୍ଣିଂ ଓ୍ବାକ୍‌ ପାଇଁ ଯାଇଥିଲେ। ଏତିକିବେଳେ ଝିଙ୍କପଦା ନିକଟରେ କଟକରୁ ମାଲ ବୋଝେଇ କରି ନେଇ ଆସୁଥିବା ଏକ ପିକଅପ୍ ଭ୍ୟାନ୍ କୃପାସିନ୍ଧୁଙ୍କ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କୃପାସିନ୍ଧୁଙ୍କର ଜୀବନ ଚାଲିଯାଇଥିଲା। ଘଟଣା ଘଟିବା ପରେ ପିକଅପ୍ ଭ୍ୟାନ ଡ୍ରାଇଭର ଜଣକ ଫେରାର ହୋଇଯାଇଥିଲେ। ପରେ କପ୍ତିପଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories