ପୁରୀ : ପୁରୀ ସ୍ଥିତ ତାଲବଣିଆ ଠାରେ ଆୟୋଜିତ ଆଦିବାସୀ ଅଧିକାର ରାଲିରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେଇଥିଲେ। ଅମିତ ଶାହ ନିଜର ଭାଷଣରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଓଡ଼ିଶାରୁ ଦାନ ଖଟିବାକୁ ଯାଉଥିବା ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଲେ ନବୀବ ସରକାରଙ୍କ ଯୋଜନା କାମ କରୁନାହିଁ, ସେଠାରେ ଆୟୋଷ୍ମାନ ଭାରତ କାମ କରୁଛି। କିନ୍ତୁ, ନବୀନ ପଟ୍ଟନାୟକ ଭୋଟ ରାଜନୀତିକୁ ଦେଖି ଏହି ଯୋଜନା ଓଡ଼ିଶାରେ ଲାଗୁ କରୁନାହାନ୍ତି। ସେହିପରି ଏହି ସରକାର କେନ୍ଦ୍ରରୁ ଆସୁଥିବା ଅନୁଦାନ ସଠିକ୍ ବ୍ୟବହାର କରିପାରୁ ନାହିଁ। ଓଡ଼ିଶା ଆଦିବାସୀ ମାନେ ମଧ୍ୟ ଅଭହେଳିତ ଅବସ୍ଥାରେ ଅଛନ୍ତି। ଓଡ଼ିଶାରେ ଶାସନ କରୁଥିବା ବିଜେଡି ଦଳ ଏକ ପୋଡା ଟ୍ରାନ୍ସଫରମର ବୋଲି ଆକ୍ଷା କରିଥିଲେ। ତେଣୁ ଏହି ସରକାରକୁ ଓଡ଼ିଶା ଶାସନରୁ ଓପାଡି ଫୋପାଡି ଦେବା ଆବଶ୍ୟକ ବୋଲି ଅମିତ ଶାହା କହିଛନ୍ତି।
ପୂର୍ବରୁ ମଧ୍ୟ ଅମିତ ଶାହ ନବୀନ ପଟ୍ଟନାୟକ ସରକାରକୁ ଓପାଡି ଫୋପାଡି ଦିଅ ଅଭିଭାଷଣ ଶୁଣିବାକୁ ମିଳିଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା।
ବିଜେଡି ଏକ ପୋଡା ଟ୍ରାନ୍ସଫରମର, ଓପାଡିକି ଫୋପାଡି ଦିଅ : ଅମିତ ଶାହ
Popular Categories



