www.samajalive.in
Monday, December 15, 2025
15.1 C
Bhubaneswar

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୪ ବିଜେପି କର୍ମକର୍ତ୍ତା ଗିରଫ

ରାୟପୁର ..- ବିଜେପି କାର୍ଯ୍ୟାଳୟ ମଧ୍ୟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣାରେ ବିଜେପିର ୪ ଜଣ କର୍ମକର୍ତ୍ତାଙ୍କୁ ପୁଲିସ ଗିରଫ କରିଛି । ହିନ୍ଦୁସ୍ତାନଟାଇମସ୍‌.କମ୍‌ରେ ବାହାରିଥିବା ଖବର ଅନୁଯାୟୀ  ବିଧାନସଭା ନିର୍ବାଚନ ସମୟରେ ରାୟପୁରରୁ ବିଜେପି କାହିଁକି ହାରିଗଲା, ସେ ନେଇ ଦଳ ପକ୍ଷରୁ ସମୀକ୍ଷା କରାଯାଉଥିଲା । ଏହି ସମୟରେ  ସୁମନ ପାଣ୍ଡେ ନାମକ ସାମ୍ବାଦିକ ଖବର ସଂଗ୍ରହ ପାଇଁଯାଇଥିଲେ । ରାୟପୁର ବିଜେପି ସଭାପତିଙ୍କ ସହ ଅନେକ ନେତା ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ଜଣେ ନେତାଙ୍କୁ ଅନ୍ୟ କିଛି କର୍ମକର୍ତ୍ତା ଆକ୍ରମଣ କରିଥିଲେ ।

ସୁମନ ପାଣ୍ଡେ ଏହାକୁ ନିଜ ମୋବାଇଲ୍‌ରେ ରେକର୍ଡିଂ କରିଥିଲେ । ଏହି ସମୟରେ ବିଜେପି ଜିଲା ସଭାପତି ରାଜୀବ ଅଗ୍ରଓ୍ୱାଲା , ସ୍ଥାନୀୟ ନେତା ବିଜୟ ବ୍ୟାସ , ଉର୍ତ୍କଷ ତ୍ରୀବେଦୀ ଓ ଦୀନା ଡୋଙ୍ଗରେ  ସୁମନଙ୍କୁ ଆକ୍ରମଣ କରିବା ସହ ଭିଡିଓକୁ ଡିଲିଟ୍‌ କରିଦେଇଥିଲେ। ସେମାନେ ମୋବାଇଲକୁ ଛଡାଇ ନେବା ସହ ସୁମନଙ୍କୁ ଏକ ଘରେ ୨୦ ମିନିଟ୍‌ ଧରି ତାଲା ପକାଇ ରଖିଥିଲେ।

- Advertisement -

ପରେ ସମସ୍ତ ସାମ୍ବାଦିକ ଏକାଠି ହୋଇ ବିଜେପି କାର୍ଯ୍ୟାଳୟ ମଧ୍ୟରେ ଧାରଣରେ ବସିଥିଲେ । ପୁଲିସ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ରାୟପୁରର ଅତିରିକ୍ତ ପୁଲିସ ଅଧିକ୍ଷକ ପ୍ରଫୁଲ କୁମାର ଠାକୁର ପ୍ରକାଶ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories