ଓଡିଶାରେ ଅମିତ ଶାହା, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

0

ଭବାନୀପାଟଣା: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଅମିତ ଶାହା ଓଡିଶାରେ ପହଞ୍ଚିଛନ୍ତି । କଳାହାଣ୍ଡି ଭବାନୀପାଟଣାରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ଉପରେ ଅମିତ ଶାହା ବର୍ଷିଛନ୍ତି । ଓଡିଶାରେ ସବୁକିଛି ଅଛି ହେଲେ ଭଲ ଶାସକ ନାହାନ୍ତି ବୋଲି ଅମିତ ଶାହ ଅଭିଯୋଗ କରିଛନ୍ତି । ଏତେ ବର୍ଷ ନବୀନ ପଟ୍ଟନାୟକ ଓଡିଶାରେ ଶାସନ କରିଥିଲେ ମଧ୍ୟ ରାଜ୍ୟର ବିକାଶ ହୋଇ ପାରି ନ ଥିବା ସେ ଅଭିଯୋଗ କରିଛନ୍ତି ।  ୨୦୧୯ରେ ଭାଜାପା ରାଜ୍ୟରେ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କୁ ଉପାଡି ଫିଙ୍ଗି ଦେବା ପାଇଁ ଉପସ୍ଥିତ ଜନତାଙ୍କୁ ଅମିତ ଶାହା କହିଛନ୍ତି । ୪୫ ଡିଗ୍ରୀ ତାତିରେ ଏତେ ସଂଖ୍ୟାରେ ଜନତା ତାଙ୍କ ସଭାରେ ଯୋଗ ଦେଇଥିବାରୁ ୨୦୧୯ରେ ନିଶ୍ଚୟ ବିଜେପି ସରକାର ଗଢିବ ବୋଲି ଅମିତ ଶାହା କହିଛନ୍ତି । ଏହି ସଭାରେ ଅମିତ ଶାହଙ୍କ ସହ ବିଜେପିରୁ ବହୁ ବରିଷ୍ଠ ନେତା ଓ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ ।

Leave A Reply