www.samajalive.in
Monday, December 8, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ; ବାଘ ଆକ୍ରମଣରୁ କେମିତି ବଞ୍ଚିଲା ନାବାଳକର ଜୀବନ, ବଳଦକୁ ବି କଲା ଆକ୍ରମଣ..

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପନ୍ନା ଜିଲାରେ ବାଘ ଆକ୍ରମଣର ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ବାଘ ପ୍ରଥମେ ଛେଳି ଚରାଉଥିବା ଜଣେ ନାବାଳକ ଉପରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲା । ଏହାପରେ ବାଘ ଏକ ବଳଦ ଉପରେ ମଧ୍ୟ ଆକ୍ରମଣ କରିଥିଲା । ସେହି ସମୟରେ ଏହି ଭିଡିଓ ରେକର୍ଡ କରାଯାଇଛି । ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

- Advertisement -

ଜଙ୍ଗଲରେ ୧୦ ବର୍ଷର ନାବାଳକ ଲୋକେନ୍ଦ୍ର ଛେଳି ଚରାଇବା ପାଇଁ ଯାଇଥିଲା । ସେହି ସମୟରେ ବୁଦା ମୂଳରେ ଲୁଚି ବସିଥିବା ବାଘ ନାବାଳକ ଉପରେ ଆକ୍ରମଣ କରିଥିଲା । ଲୋକେନ୍ଦ୍ର ଚିତ୍କାର କରିବା ମାତ୍ରେ ତାଙ୍କ ଭାଉଜ ଆସି ବାରମ୍ବାର ପଥର ମାରିବା କାରଣରୁ ବାଘ ତାଙ୍କୁ ଛାଡି ଦେଇଥିଲା । ନାବାଳକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାପରେ ବନ ବିଭାଗକୁ ଏନେଇ ସୂଚନା ଦିଆଯାଇଥିଲା । ପରେ ଜଣାପଡିଥିଲା ବାଘ ସେଠାରେ ଏକ ବଳଦ ଉପରେ ମଧ୍ୟ ଆକ୍ରମଣ କରିଛି । ସୋମବାରର ଏହି ଘଟଣା ବୋଲି ବନ ବିଭାଗ କହିଛି । ଘଟଣାସ୍ଥଳରେ ନିକଟବର୍ତ୍ତି ଅଞ୍ଚଳରେ ବାଘକୁ ତଲାସି ଜାରି ରଖିବା ସହ ଅଞ୍ଚଳବାସୀଙ୍କୁ ଭୟଭୀତ ନହେବାକୁ ବନ ବିଭାଗ କହିଛି।

୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ଶନି ଚଳନ; ଏହି ୩ ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

ମିଳିଥିବା ସୂଚନାନୁଯାୟୀ, ମଧ୍ୟପ୍ରଦେଶର ପନ୍ନା ବ୍ୟାଘ୍ର ରିଜର୍ଭର ସୀମାକୁ ଲାଗିକି ଥିବା ଗାଁରେ ବାଘ ପାଇଁ ଅଧିକାଂଶ ସମୟରେ ଲୋକେ ଭୟଭୀତ ହୋଇ ରହିଥାନ୍ତି । ଏଠାରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି । ସନ୍ଧ୍ୟା ହେବା ମାତ୍ରେ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଅଧିକାଂଶ ସମୟରେ ଲୋକେ ବାଘ ଆକ୍ରମଣର ଶିକାର ହେଉଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories