www.samajalive.in
Saturday, December 6, 2025
15.1 C
Bhubaneswar

ବାରହା ମାରି ମାଂସ ରୋଷେଇ କରୁଥିଲେ; ଧରାପଡ଼ିଲେ ୩ ଶିକାରୀ

ବାଙ୍ଗିରିପୋଷି: ଶିମିଳିପାଳ ଅଭୟାରଣ୍ୟରେ ଥମିବାର ନାଁ ନେଉ ନାହିଁ ଶିକାରୀଙ୍କ ପ୍ରାଦୁର୍ଭାବ। ଶିକାର କରି ବାରମ୍ୱାର ଧରା ପଡ଼ିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ରହୁନି ଭୟ । ବାରହା ଶିକାର କରି ପୁଣି ଧରାପଡ଼ିଛନ୍ତି ୩ ଶିକାରୀ।
ପ୍ରାପ୍ତ ସୂଚନା ମୁତାବକ, ବଡ଼ଗାଁ ରେଞ୍ଜ ଅଞ୍ଚଳରେ ଏକ ଜଙ୍ଗଲୀ ବାରହା ମାରି ମାଂସ ରୋଷେଇ କରୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ଅଚାନକ ମାଡି ବସିଥିଲା ବନ ବିଭାଗର ଏସଟିଏଫ ଟିମ। ସେମାନଙ୍କ ମଧ୍ୟରୁ ତିନି ଶିକାରୀଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କ ଠାରୁ ୬ କିଲୋରୁ ଉର୍ଦ୍ଧ୍ବ ମାଂସ, ଦୁଇଟି କୁରାଢି, ଡେକଚି, ବାସନକୁସନକୁ ବନ ବିଭାଗ ଜବତ କରିଛି। ଅଧିକ ତଦନ୍ତ ଚାଲୁ ଥିବାରୁ ବିଭାଗ ଶିକାରୀମାନଙ୍କ ନାଁ ପ୍ରକାଶ କରି ନାହାନ୍ତି। ଏ ବାବଦରେ ଘଟଣାସ୍ଥଳରୁ ଜବତ ମାଂସକୁ ବାଙ୍ଗିରିପୋଷି ପଶୁ ଡାକ୍ତରଖାନାରେ ପରୀକ୍ଷଣ କରା ଯାଇଥିବା ସୂଚନା ମିଳିଛି।

୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ଶନି ଚଳନ; ଏହି ୩ ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories