www.samajalive.in
Saturday, December 6, 2025
26.1 C
Bhubaneswar

ଜଙ୍ଗଲ ମଝିରେ ରାସାୟନିକ ସାରରେ ପ୍ରସ୍ତୁତି ଦେଶୀ ମଦ ଜବତ

ଗୁରୁଡ଼ିଝାଟିଆ: ଦେଶୀ ମଦ ନାଁରେ ଜଙ୍ଗଲ ମଧ୍ୟରେ ପ୍ରସ୍ତୁତ ହେଉଛି ବିଷ। ଯାହାକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି। ବିଷାକ୍ତ ମଦ ପାନ କରି ମୃତ୍ୟୁ ଘଟୁଥିବା ବେଳେ ଅନେକ ରୋଗ ଗ୍ରସ୍ତ ହୋଇଥାନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୁଣ୍ଟୁଣୀ ଥାନା ଅଂଚଳରେ।
ଭୋରରୁ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଚୌଦ୍ଵାର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ବନିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇଥିବା ବେଳେ ସେଠାରେ ରାସାୟନିକ ସାରରେ ପ୍ରସ୍ତୁତି ଦେଶୀ ମଦ, ଘଟଣାସ୍ଥଳରୁ ୨୦ କିଲୋ ରାସାୟନିକ ସାର, ୫୦ଲିଟର ଦେଶୀ ମଦ, ହାଣ୍ଡି ଜବତ କରିଥିବା ବେଳେ ମଦ ପ୍ରସ୍ତୁତ ପାଇଁ ଥିବା ୫୧୦୦ଲିଟର ପୋଚକୁ ନଷ୍ଟ କରିଥିଲେ।

ବାଉଁଶ ଟାଙ୍ଗର ଓ ଡାଲୁଆ ଆଦି ଗାଁର ନିକଟସ୍ଥ ବାଣିଆବନ୍ଧ ସଂରକ୍ଷିତ ଜଙ୍ଗଲ ପାଲଟିଛି ଦେଶୀ ଚୋରା ମଦ ରନ୍ଧନ ମାଫିଆଙ୍କ ଭୂସ୍ବର୍ଗ। ବନ ବିଭାଗର ସଂରକ୍ଷିତ ଜଙ୍ଗଲରେ ବର୍ଷ ବର୍ଷ ଧରି ଚୋରା ଦେଶୀ ମଦ ରନ୍ଧନ ହେବା ସହ ଗଛ କାଟି ଜାଳେଣି କରାଯାଉଛି। ଏହା ସହ ଜଙ୍ଗଲରେ ପ୍ରବାହିତ ଝରଣାର ଜଳ ମଦ ପୋଚ଼ରେ ଦୂଷିତ ହେବା ଯୋଗୁଁ ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି।

- Advertisement -

ଜଙ୍ଗଲ ,ଅବକାରୀ ଓ ପୁଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ମିଳିତ ଭାବେ ଯୋଜନା ମୁତାବକ ପଦେକ୍ଷପ ନେଲେ ଚୋରା ମଦ ରନ୍ଧନ ଓ ଚାଲାଣ ବନ୍ଦ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି। ଏହି ଚଢ଼ାଉରେ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ଉପଆରକ୍ଷୀ ଅଧିକ୍ଷକ ଡ.ବିକାଶ କୁମାର ସେଠୀ ଓ ଏକ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ।

୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ଶନି ଚଳନ; ଏହି ୩ ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories