ଜିଓର ଏହି ରିଚାର୍ଜ ପ୍ଲାନ୍ରେ ବର୍ଷଯାକ ମିଳିବ ଅନ୍ଲିମିଟେଡ୍ ୫ଜି ଡାଟା

ନୂଆଦିଲ୍ଲୀ : ରିଲାଏନ୍ସ ଜିଓର ଦେଶର ଜଣାଶୁଣା ଟେଲିକମ୍ କମ୍ପାନୀ ମଧ୍ୟରୁ ଗୋଟିଏ । ଯାହା ନିଜ ଉପଭୋକ୍ତାଙ୍କୁ ଭିନ୍ନ ଭିନ୍ନ ଦାମ୍ରେ ରିଚାର୍ଜ ପ୍ଲାନର ଅଫର୍ ଦେଇଥାଏ । ଉପଭୋକ୍ତା ନିଜର ଆବଶ୍ୟକତା ଅନୁଯାୟୀ ରିଚାର୍ଜ ପ୍ଲାନ୍ର ଚୟନ କରି ଥାନ୍ତି । ଜିଓର ପ୍ଲାନ୍ରେ ଅସୀମିତ କଲିଙ୍ଗ, ଡାଟା ସହ ଅନ୍ୟାନ୍ୟ ଓଟିଟି ଆପ୍ର ମଧ୍ୟ ସବସ୍କ୍ରିପସନ୍ ମିଳିଥାଏ । ସ୍ୱଳ୍ପ ଦିନ ସହ ଜିଓର ବାର୍ଷିକ ପ୍ଲାନ୍ ମଧ୍ୟ ରହିଛି । ଯାହା ଅନେକ ଉପଭୋକ୍ତାଙ୍କ ପାଇଁ ବେଶ ଲାଭଦାୟକ । ଜିଓର ଏପରି ଏକ ପ୍ଲାନ୍ ବିଷୟରେ ଜାଣନ୍ତୁ ଯେଉଁଥିରେ ୩୬୫ ଦିନ ପର୍ଯ୍ୟନ୍ତ ଅସୀମିତ ୫ଜି ଡାଟା ମିଳିବ ।
ଏହି ରିଚାର୍ଜ ପ୍ଲାନ୍ର ଦାମ୍ ୩,୯୯୯ ଟଙ୍କା । ପ୍ଲାନ୍ ଆପଣଙ୍କୁ ଜିଓ ୱେବସାଇଟ୍ରେ ମିଳିଯିବ । ଏହି ରିଚାର୍ଜ ପ୍ଲାନ୍ ଚୟନ କଲେ ବର୍ଷଯାକ ଆଉ ରିଚାର୍ଜ କରିବାକୁ ପଡିବ ନାହିଁ ।
ଏହି ପ୍ଲାନ୍ରେ ଉପଭୋକ୍ତାଙ୍କୁ ୩୬୫ ଦିନ ପର୍ଯ୍ୟନ୍ତ ଅସୀମିତ କଲିଙ୍ଗ, ନିୟମିତ ୧୦୦ ଏସଏମଏସ, ୪ଜି ନେଟ୍ୱର୍କ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଏହି ପ୍ଲାନ୍ରେ ମୋଟ ୯୧୨.୫ଜିବି ଡାଟା ମିଳିଥାଏ । ଏହି ପ୍ରକାର ଦୈନିକ ୨.୫ ଜିବି ଡାଟା ମିଳିଥାଏ ।
ଦେଖନ୍ତୁ ଭିଡିଓ; ବାଘ ଆକ୍ରମଣରୁ କେମିତି ବଞ୍ଚିଲା ନାବାଳକର ଜୀବନ, ବଳଦକୁ ବି କଲା ଆକ୍ରମଣ..

୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ଶନି ଚଳନ; ଏହି ୩ ରାଶି ହେବେ ମାଲାମାଲ୍, ଭାଗ୍ୟଶାଳୀ..
ଯଦି ଆପଣ ୫ଜି ଫୋନ୍ ବ୍ୟବହାର କରୁଛନ୍ତି, ଆପଣଙ୍କ ନିକଟ ସ୍ଥାନରେ ୫ଜି ନେଟ୍ୱର୍କ ଉପଲବ୍ଧ ଥିଲେ, ଅସୀମିତ ୫ଜି ଡାଟା ବ୍ୟବହାର କରି ପାରିବେ । ଉପଭୋକ୍ତାଙ୍କୁ ଏହି ପ୍ଲାନ୍ରେ ଜିଓ ସିନେମା, ଜିଓ ଟିଭି, ଜିଓ କ୍ଲାଉଡ୍ର ମାଗଣାରେ ସବସ୍କ୍ରିପସନ୍ ମିଳିବ । ଏହାସହ ଜିଓ ଟିଭି ମୋବାଇଲ୍ ଆପ୍ ମାଧ୍ୟମରେ ଉପଭୋକ୍ତାଙ୍କୁ ଏହି ପ୍ଲାନ୍ରେ ଫ୍ୟାନ୍କୋଡ୍ର ମଧ୍ୟ ସବସ୍କ୍ରିପସନ୍ ମିଳିବ ।

Comments are closed.