www.samajalive.in
Tuesday, December 9, 2025
16.1 C
Bhubaneswar

ଆସନ୍ତାକାଲି ଜେଇଇ ମେନ୍‌ ଆଡମିଟ କାର୍ଡ

ସମାଜ ଡିଜିଟାଲ ଡେସ୍କ: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୧୯ରେ ଆଡମିଟ କାର୍ଡ ଜାରି କରାଯିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଆଡମିଟ କାର୍ଡ ଜାରି କରାଯିବା ପରେ ପରେ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ଲାଗି ହଲ୍‌ ଟିକେଟ ଉପଲବ୍ଧ ହେବ। jeemain.nta.nic.in.  ୱେବସାଇଟରୁ ଛାତ୍ରଛାତ୍ରୀମାନେ ହଲ ଟିକେଟ ପାଇପାରିବେ।

ଜେଇଇ ମେନ ୨୦୨୫ର ପ୍ରଥମ ସେସନ ଜାନୁୟାରୀ ୨୨ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର ୩ ଦିନ ପୂର୍ବରୁ ହଲ ଟିକେଟ ଜାରି କରାଯିବ। ଚଳିତ ମାସ ଆରମ୍ଭରୁ ସହର ସ୍ଲିପ ପ୍ରକାଶ କରାଯାଇଥିଲା। ଯାହାଫଳରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଆଗୁଆ ନିଜ ନିଜ ପରୀକ୍ଷା କେନ୍ଦ୍ର ବା ପରୀକ୍ଷା ପାଇଁ ସ୍ଥିରୀକୃତ ସହରକୁ ଯାତ୍ରା କରିପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories