www.samajalive.in
Saturday, December 6, 2025
15.1 C
Bhubaneswar

ରଘୁରାଜପୁର ଗାଁ ବୁଲିଲେ, ପଟ୍ଟଚିତ୍ର କିଣିଲେ ସିଙ୍ଗାପୁର ରାଷ୍ଟ୍ରପତି

କୋଣାର୍କ : କୋଣାର୍କରେ ସିଙ୍ଗାପୁର ରାଷ୍ଟ୍ରପତି।  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ ଆଜି ସକାଳେ ନିଜ ପତ୍ନୀଙ୍କ ସହ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁର ଗାଁ ପରିଦର୍ଶନ କରିଛନ୍ତି। ଲୋକ ମାନଙ୍କ ଘରେ ପଟ୍ଟ ଚିତ୍ର ତିଆରି ଶୖଳୀର ଡେମୋ ଦେଖିବା ସହ ପଟ୍ଟ ଚିତ୍ର ଶିଳ୍ପୀଙ୍କ ସହ ଆଲୋଚନା କରିଛନ୍ତି। ଗଣେଶଙ୍କର ଏବଂ ରାମାୟଣ ବିଷୟ ବସ୍ତୁ ବର୍ଣ୍ଣିତ ଦୁଇଟି ପଟ୍ଟଚିତ୍ର କିଣିଥିବା ମଧ୍ୟ ଦେଖିବାକୁ ମିଳିଛି । ଗାଁରେ ମ୍ୟୁଜିୟମ୍ ସହ ପ୍ରଦର୍ଶନୀ ପଡିଆରେ ପଟ୍ଟଚିତ୍ର ବି ଦେଖିଥିଲେ ରାଷ୍ଟ୍ରପତି। ଏହାପରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ତେବେ ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ସେ ଭୁବନେଶ୍ଵରସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ଅତିବାହିତ କରି କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories