www.samajalive.in
Monday, December 8, 2025
13.1 C
Bhubaneswar

୨୮ ଜାନୁଆରୀରେ ଶୁକ୍ର ଚଳନ ; କେଉଁ ରାଶି ଉପରେ ପଡିବ କି ପ୍ରଭାବ, ହେବ ବିବାହ, ମିଳିବ ହଠାତ୍‌ ଧନ..

ଶୁକ୍ର ଗ୍ରହ ୨୮ ଜାନୁଆରୀରେ ମୀନ ରାଶିରେ ପ୍ରବେଶ କରିବେ । ୩୧ ମେ’ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଶୁକ୍ର ଗ୍ରହ ସୁଖସମୃଦ୍ଧି, କଳା, ପ୍ରେମ ଓ ଆକର୍ଷଣର କାରକ ବୋଲି କୁହାଯାଏ । ଶୁକ୍ରଙ୍କ ଏହି ଚଳନ ହେତୁ ସମସ୍ତ ରାଶି ଉପରେ କି ପ୍ରଭାବ ପଡିବ, କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଜାଣନ୍ତୁ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷ ଆଳସ୍ୟ ନକରି ନିୟମିତ ବ୍ୟାୟାମ କରନ୍ତୁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ମାନସିକ ଶାନ୍ତି ଓ ବ୍ୟକ୍ତିଗତ ବିକାଶ ପାଇଁ ସମୟ ବେଶ ଶୁଭଙ୍କର ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିଶ୍ରମର ଶୁଭଫଳ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ମିଥୁନ- ପରିବାରରେ ହସଖୁସିର ବାତାବରଣ ରହିବ । ଭୂମି ସହ ଧନ ଲାଭର ଯୋଗ ରହିଛି । ଆର୍ଥିକ ଚିନ୍ତା ଦୂର ହେବ । ବନ୍ଧୁଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

କର୍କଟ- ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଅତିଥିଙ୍କୁ ସ୍ୱାଗତ କରନ୍ତୁ । ଅଟକି ଥିବା କାମରେ ସଫଳତା ମିଳିବ । ଭ୍ରମଣର ଯୋଗ ରହିଛି ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ସନ୍ତୋଷ ପ୍ରଦାନ କରିବା ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ପ୍ରଶଂସା ପାଇବା ସହ ସ୍ୱାସ୍ଥ୍ୟ ଉତ୍ତମ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ନୂଆ ଯୋଜନା ଆରମ୍ଭ କରିବେ ।

କନ୍ୟା – ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ଭାଗ୍ୟର ସାଥ୍‌ ମିଳିବ । ସୁଖ-ସମୃଦ୍ଧି ବୃଦ୍ଧି ହେବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ ।

ତୁଳା- ଅଯଥା ବିବାଦରୁ ଦୁରେଇ ରୁହନ୍ତୁ । ଧୈର୍ଯ୍ୟ ରଖନ୍ତୁ । ଭାବି ଚିନ୍ତି ନିଷ୍ପତ୍ତି ନେଇ ସଫଳତା ପାଇବେ ।

ବିଛା- ମିତ୍ରଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ସଫଳତା ମିଳିବା ସହ ମନସ୍କାମନା ପୂରଣ ହେବ ।

ଧନୁ- ଯାନ ଓ ପୋଷାକ କିଣିବାର ଯୋଗ ରହିଛି । ବନ୍ଧୁଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ଆର୍ଥିକ ସମସ୍ୟା ଦୂର ହେବ । ମାନସିକ ଶାନ୍ତି ମିଳିବ ।

ମକର- ଆୟରେ ବୃଦ୍ଧି ହେବ । ନୂଆ ନୂଆ ସୁଯୋଗ ମିଳିବ । ପରିଶ୍ରମ କରି ସଫଳତା ପାଇବେ । ଯାତ୍ରାର ଯୋଗ ରହିଛି । ମନସ୍କାମନା ପୂରଣ ହେବ । ହଠାତ୍‌ ଧନ ପ୍ରାପ୍ତି ହେବ ।

କୁମ୍ଭ- ମାନ-ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବାଣୀ ଯୋଗୁଁ ଲୋକପ୍ରିୟତା ବଢିବ । ବ୍ୟବସାୟୀ ଲାଭବାନ୍‌ ହେବେ ।

ମୀନ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ସୁଖ-ସମୃଦ୍ଧି ବୃଦ୍ଧି ହେବ । ଲୋକପ୍ରିୟତା ବୃଦ୍ଧି ହେବ । ଅନେକ କ୍ଷେତ୍ରରେ ସଫଳତା ମିଳିବ ।

ବାସ୍ତୁ : ଜାଣନ୍ତୁ.. ଘରେ କଳହର କାରଣ ନୁହେଁ ତ ଏମିତି ପୋଷାକ ଟାଙ୍ଗିବା..

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories