www.samajalive.in
Saturday, December 6, 2025
19.1 C
Bhubaneswar

ଗାୟତ୍ରୀ ବିହାରରୁ ଚୋରି : ତାଲା ଭାଙ୍ଗି ଲୁଟିନେଲେ ୧୫ ଲକ୍ଷ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ଓ ବୈଦ୍ୟୁତିକ ସାମଗ୍ରୀ

ଦାନଗଦି : ଯାଜପୁରରୋଡ ଥାନା ଗାୟତ୍ରୀ ବିହାର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି l ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ୨୦୦ ଗ୍ରାମ ଓଜନର ସୁନା ଅଳଙ୍କାର, ଏକ ଲାପଟପ, ଗୋଟିଏ ଟାବଲେଟ ଓ ଏକ ମୋବାଇଲ ଫୋନ ଲୁଟି ନେଇଛନ୍ତି। ସକାଳେ ଘରୁ ଚୋରି ହୋଇଥିବା ଜଣାପଡିବା ପରେ ପଡୋଶୀଙ୍କ ଠାରୁ ସୂଚନା ପାଇ କେବଳ ପାଟ୍ରୋଲିଂ ଗାଡି ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ପୁଲିସ ଘଟଣାସ୍ଥଳ ପରିଦର୍ଶନ କରିନଥିବା ଜଣାପଡ଼ିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ମୁତାବକ ରେଳରେ ଲୋକ ପାଇଲଟ ଭାବେ କାମ କରୁଥିବା ଆନ୍ଧ୍ରପ୍ରଦେଶର ପଲାସା କେ. ଶଙ୍କର ପରିବାର ସହିତ ଗାୟତ୍ରୀ ବିହାରର ମନ୍ଦିର କଲୋନୀରେ ବର୍ଷକ ତଳୁ ଭଡା ଘରେ ରହୁଥିଲେ । ଗତ ୧୧ ତାରିଖ ଠାରୁ ପୋଙ୍ଗଲ ପାଇଁ ସପରିବାର ଗାଁକୁ ଯାଇଥିବା ବେଳେ ତଳେ ଥିବା ଭଡାଟିଆ ଗୁରୁବାର ନୂଆ ଘରକୁ ସିଫ୍ଟ ହୋଇଥିଲେ । ଏହି ସୁଯୋଗରେ ଲୁଟେରା ସବୁ ଘରର ତାଲା ଭାଙ୍ଗି ଘରେ ଥିବା ହାର, ମଙ୍ଗଲ ସୂତ୍ର, ମଥାମଣି, ହାତ ମୁଦି, କାନଫୁଲ ଓ ଚେନ୍ ଆଦି ୨୦୦ ଗ୍ରାମ ଓଜନର ସୁନା ଅଳଙ୍କାର, ଲାପଟପ, ଟାବଲେଟ, ମୋବାଇଲ ଫୋନ ଓ ନଗଦ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories