www.samajalive.in
Saturday, December 6, 2025
15.1 C
Bhubaneswar

ନାମାଙ୍କନ ପ୍ରକ୍ରିୟା ଶେଷ, ଫେବୃଆରୀ ୫ରେ ଦିଲ୍ଲୀ ଲଢେଇ

ଡେସ୍କ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଶୁକ୍ରବାର ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏକ ହଜାରରୁ ଅଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ପକ୍ଷରୁ ଶିଖା ରାୟ ଓ ନୀରଜ ବସୋୟା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆମ୍ ଆଦମୀ ପାର୍ଟିର ଅବଧ ଓଝା, ରାକ୍ଷୀ ବିଦ୍ଲାନ ଓ ବନ୍ଦନା କୁମାରୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ନାମାଙ୍କନ ପତ୍ର ଦାଖଲ ସରିବା ପରେ ଆମ୍ ଆଦମୀ ପାର୍ଟି, ବିଜେପି, କଂଗ୍ରେସ ସମେତ ଛୋଟ ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ପଦଯାତ୍ରା ଓ ଘରକୁ ଘର ବୁଲି ସେମାନଙ୍କ ସପକ୍ଷରେ ସମର୍ଥନ ଲୋଡି ପ୍ରଚାରକୁ ଜୋରଦାର କରିଛନ୍ତି। ବରିଷ୍ଠ ବିଜେପି ନେତା ଅନୁରାଗ ସିଂହ ଠାକୁର ପାର୍ଟି ସାଂସଦ ବାଂସୁରୀ ସ୍ୱରାଜ ଏବଂ ଦିଲ୍ଲୀ ବିଜେପିର ଅନେକ ନେତା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସହରର ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ। ବରିଷ୍ଠ ଆପ୍ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଆମ୍ ଆଦମୀ ପାର୍ଟିର ଅନ୍ୟ ନେତାମାନେ ମଧ୍ୟ ଜାତୀୟ ରାଜଧାନୀରେ ରୋଡ୍ ସୋ ଆୟୋଜନ କରିଥିଲେ। କଂଗ୍ରେସ ତରଫରୁ ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ ଓ ଅନ୍ୟମାନେ ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସର ଅନେକ ପ୍ରତିଶ୍ରୁତି ପରେ ବିଜେପି ଆଜି ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଗରିବ ମହିଳାମାନଙ୍କୁ ପେନସନ୍, ଏଲପିଜି ସିଲିଣ୍ଡର ଏବଂ ଆର୍ଥିକ ଲାଭ ସମ୍ପର୍କିତ ପ୍ରତିଶ୍ରୁତି ଦେଇଛି।

- Advertisement -

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସ ୫ ତାରିଖରେ ମତଦାନ ହେବ ଏବଂ ଫେବ୍ରୁଆରି ୮ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories