ସ୍ଵତନ୍ତ୍ର ସ୍କ୍ୱାଡ ଦ୍ୱାରା ୫୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ଚମ୍ପୁଆ:କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁଙ୍କ ନିର୍ଦ୍ଦେଶ କ୍ରମେ ପୁଲିସର ସ୍ଵତନ୍ତ୍ର ସ୍କ୍ୱାଡ୍ ଦ୍ୱାରା ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର ଛକ ନିକଟରେ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି । ଏଥିସହିତ ଦୁଇଟି କାର, ତିନୋଟି ମୋବାଇଲ ଫୋନ, ନଗଦ ଦଶ ହଜାର ଟଙ୍କା ସହିତ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଜଣାପଡ଼ିଛି । ସେମାନେ ହରେକୃଷ୍ଣପୁର ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ପୁଅ ମାନସ ସାହୁ (୨୮) , ରନ୍ଧିକଟା ଗ୍ରାମର ଲକ୍ଷ୍ମଣ ଜେନାଙ୍କ ପୁଅ ବରୁଣ ଜେନା (୩୮), ଦେବଗଡ଼ ଜିଲା ଭିତରପଡ଼ା ଗ୍ରାମର ଭୋଳେଶ୍ୱର ସାହୁଙ୍କ ପୁଅ ରଞ୍ଜନ ସାହୁ (୪୫) ବୋଲି ଜଣାପଡିଛି ।

prayash

ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଚମ୍ପୁଆ ତହସିଲଦାର ସଜତ ମାର୍କେଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇଥିଲା । ଏଥିରେ ଚମ୍ପୁଆ ଭାରପ୍ରାପ୍ତ ଥାନାଧିକାରୀ ଆରଏଚ କୁଲୁ, ସବ୍ଇନ୍ସପେକ୍ଟର ବରଦା ପ୍ରସନ୍ନ ସାହୁ , ବ୍ରଜରାଜ ସାହୁ, ଏଚଏସ ପ୍ରଧାନ, ହାବିଲଦାର ଲକ୍ଷ୍ମୀଧର ସେଠୀ, କନେଷ୍ଟବଳ ଜଗନ୍ନାଥ ଗିରି, ହରିଶ ଚନ୍ଦ୍ର ବାରିକ , ରାମେଶ୍ବର ନାଏକ , ସଞ୍ଜୟ ନାଏକ , ଡ଼୍ରାଇଭର ଗୌତମ ବୈଦ୍ୟ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲାରୁ ପାଲଲହଡ଼ା ଭାୟା ଦେବଗଡ଼ ଦେଇ ୫୨୦ ନଂ ଜାତୀୟ ରାଜପଥରେ ଦୁଇଟି କାର ଗାଡି ନଂ ଓଡି୦୨ସିଭି୯୭୪୩ ଓ ଓଡି୦୨ସିପି୦୨୬୨ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାର ସୁରାକ ପାଇ ପୁଲିସ୍ ସ୍ଵତନ୍ତ୍ର ସ୍କ୍ୱାଡ୍ ବାସୁଦେବପୁର ଛକ ନିକଟରେ କାର ଦୁଇଟିକୁ ଅଟକାଇ ଯାଞ୍ଚ କରିଥିଲେ । କାର ଦୁଇଟିରୁ ଦୁଇଟି ବସ୍ତାରେ ୫୦ କେଜି ଗଞ୍ଜେଇ ଧରାପଡ଼ିଥିଲା । ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ହେବ। ଏହା ବଡ଼ବିଲ ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ଚମ୍ପୁଆ ଏସଡିପିଓ ବିଜୟ କୁମାର ମଲିକ ସୂଚନା ଦେଇଥିଲେ। ଏ ସମ୍ବନ୍ଧରେ ଚମ୍ପୁଆ ଥାନା କେସ ନଂ ୧୨ ଅନୁସାରେ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଥିଲେ।

kalyan agarbati

Comments are closed.