www.samajalive.in
Tuesday, December 9, 2025
15.1 C
Bhubaneswar

କଂଗ୍ରେସ ଆମ ଦେଶର ‘ନୂଆ ମୁସଲିମ ଲିଗ୍‌’: ବିଜେପି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ଆମ ଦେଶର ନୂଆ ମୁସଲିମ ଲିଗ୍‌। ଦେଶର ଏହି ଜାତୀୟ ଦଳ ପ୍ରତି ଏଭଳି ଆକ୍ଷେପ କରିଛି ବିଜେପି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। କଂଗ୍ରେସ ପକ୍ଷରୁ ପୂଜା ସ୍ଥଳ(ସ୍ପେଶାଲ ପ୍ରୋଭିଜନ) ଆଇନକୁ ସମର୍ଥନ କରାଯାଇ ସୁପ୍ରିମକୋର୍ଟରେ ଆବେଦନ କରାଯିବା ପରେ ବିଜେପି ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସର ଏହି ପଦକ୍ଷେପ ସମ୍ପୂର୍ଣ୍ଣ ରୂପେ ହିନ୍ଦୁ ବିରୋଧୀ ଏବଂ କଂଗ୍ରେସ ଏପରି କରି ହିନ୍ଦୁମାନଙ୍କ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରିଛି ବୋଲି ବିଜେପି ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି।

ଅମିତ କହିଛନ୍ତି, କଂଗ୍ରେସର ପିଟିସନ ହିନ୍ଦୁମାନଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟଗୁଡ଼ିକୁ ସୁଧାରିବାର ସାମ୍ବିଧାନିକ ଅଧିକାରକୁ ଛଡ଼ାଇନେବା ପାଇଁ ଉଦ୍ଦିଷ୍ଟ। କଂଗ୍ରେସ ଆମ ଦେଶର ନୂଆ ମୁସଲିମ ଲିଗ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ବି ଅନୁରୂପ ମନ୍ତବ୍ୟ ଦେବା ସହିତ କଂଗ୍ରେସ ମୁସଲିମ ଲିଗ୍‌ ରାସ୍ତାରେ ବାଟ ଚାଲୁଛି ବୋଲି କହିଥିଲେ।

- Advertisement -

୧୯୯୧ ମସିହାରେ ନରସିଂହ ରାଓ ସରକାର ସମୟରେ ଯେତେବେଳେ ଏହି ଆଇନ ପାରିତ ହୋଇଥିଲା ତାହାକୁ ବିଜେପି ବିରୋଧ କରିଥିଲା। ୧୯୪୭ ଅଗଷ୍ଟ ୧୫ରେ ଭାରତର ସ୍ବାଧୀନତା ସମୟରେ ଯେଉଁସବୁ ପୂଜା ସ୍ଥଳ ରହିଥିଲା ସେସବୁକୁ ସେହିପରି ରୂପରେ ରଖିବା ଲାଗି ପୂଜା ସ୍ଥଳ(ସ୍ବତନ୍ତ୍ର ପ୍ରାବଧାନ) ଆଇନ ବା ପ୍ଲେସେସ ଅଫ ୱର୍ଶିପ ଆକ୍ଟ ଲାଗୁ ହୋଇଥିଲା। ଏଥିରେ ଅଯୋଧ୍ୟାର ବିବାଦୀୟ ସ୍ଥଳକୁ ଛାଡ଼ି ଅବଶିଷ୍ଟ ପୂଜା ସ୍ଥଳଗୁଡ଼ିକର ରୂପରେଖକୁ ପୂର୍ବପରି ରଖିବା ଲାଗି ପ୍ରାବଧାନ ରହିଥିଲା।

କଂଗ୍ରେସ ଏହି ଆଇନର ସମର୍ଥନ କରି କହିଛି ଯେ, ଏହି ଆଇନ ଭାରତୀୟ ଧର୍ମନିରପେକ୍ଷତାକୁ ସୁରକ୍ଷିତ ରଖିବା ଲାଗି ଜରୁରୀ ଏବଂ ସମ୍ବିଧାନର ମୌଳିକ ବିଶେଷତା ଆଧାରରେ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ ଲାଗୁ କରାଯିବା ଉଚିତ। ବିଜେପି ଏହାର ଜବାବରେ କହିଛି, କଂଗ୍ରେସ ଭାରତର ବିଭାଜନ ସମୟରେ ଧାର୍ମିକ ଆଧାରରେ ସହମତି ପ୍ରକାଶ କରିଥିଲା ଏବଂ ପରବର୍ତ୍ତୀ ସମୟରେ ୱାକଫ ଆଇନ ଲାଗୁ କଲା। ଯେଉଁଥିରେ ମୁସଲମାନମାନଙ୍କୁ ନିଜ ଇଚ୍ଛା ଅନୁସାରେ ବିଭିନ୍ନ ସମ୍ପତ୍ତି ଉପରେ ଦାବି ଜାହିର କରିବାର ଅନୁମତି ଦିଆଗଲା। ଏହା ପରେ କଂଗ୍ରେସ ପୂଜା ସ୍ଥଳ ଆଇନ ପାରିତ କଲା, ଯେଉଁଥିରେ ହିନ୍ଦୁମାନଙ୍କୁ ସେମାନଙ୍କ ଧାର୍ମିକ ଏବଂ ଐତିହାସିକ ସ୍ଥଳଗୁଡ଼ିକୁ ପୁନଃ ପ୍ରାପ୍ତ କରିବାର ଅଧିକାରକୁ ବଳପୂର୍ବକ ଛଡ଼ାଇ ନିଆଗଲା।

ସୂଚନାଯୋଗ୍ୟ, କଂଗ୍ରେସ ସରକାର ସମୟରେ ୧୯୯୧ରେ ଲାଗୁ ହୋଇଥିବା ପୂଜା ସ୍ଥଳ ଆଇନକୁ ଚାଲେଞ୍ଜ କରି କିଛି ଆଇନଜୀବୀ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ତେବେ କଂଗ୍ରେସ ଏହି ଆଇନ ସମର୍ଥନରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିବା ପରେ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories