ନିର୍ବାଚନ କାର୍ଯ୍ୟ ସମୟରେ ମୃତ କର୍ମଚାରୀଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ଅନୁକମ୍ପା ରାଶି ମଞ୍ଜୁରୀ

ଭୁବନେଶ୍ୱର : ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚନ କାର୍ଯ୍ୟରେ ଥିବାବେଳେ ମୃତ୍ୟୁବରଣ କରିଥିବା ଦୁଇଜଣ କର୍ମଚାରୀଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶିକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଦୁଇ ମୃତ ନିର୍ବାଚନ କର୍ମଚାରୀ ହେଉଛନ୍ତି ସ୍ୱର୍ଗତ ଏସୋ ମାଝୀ (ଗଜପତି) ଓ ସ୍ୱର୍ଗତ ମନୋରଞ୍ଜନ ସାହୁ (ଯାଜପୁର)।

ସେମାନେ ଯଥାକ୍ରମେ ଗଜପତି ଜିଲା ବୁଥ୍ ନମ୍ବର-୨୦୪ ଓ ଯାଜପୁର ଜିଲା ବୁଥ୍ ନମ୍ବର-୧୫୭ରେ ନିର୍ବାଚନ କର୍ମଚାରୀ ଭାବେ କାର୍ଯ୍ୟ ସଂପାଦନ କରିଥିଲେ। ଦୁଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କୁ ଶୀଘ୍ର ବିଧିମତେ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଶ୍ରୀ ଧଳ ଗଜପତି ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.