ଯାହା ଖାଇବ ମାଗଣା: ୧୧ଦିନରେ ବନ୍ଦ ହୋଇଗଲା ହୋଟେଲ

0

ନୂଆଦିଲ୍ଲୀ: ଚୀନର ଏକ ହୋଟେଲ ଗ୍ରାହକଙ୍କୁ ୧୨୦୦ଟଙ୍କାରେ ମାସେ ମାଗଣାରେ ଖାଇବାକୁ ଦେବାର ଯୋଜନାକୁ କାର୍ଯ୍ୟକାରୀ କରି ବେଶ୍‍ ହରଡ଼ଘଣାରେ ପଡ଼ିଛି। ଚେଙ୍ଗଡ଼ୁ ନାମକ ଅଞ୍ଚଳରେ ଖୋଲିଥିବା ଏହି ହୋଟେଲ ନିଜ ଗ୍ରାହକ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି ଏକ ଯୋଜନା କାର୍ଯ୍ୟକାରୀ କରିଥିଲା। ମାତ୍ର ୧୨ୱେନ୍‍( ଭାରତୀୟ ମୁଦ୍ରାରେ ୧୨୦୦ଟଙ୍କା) ଦେଲେ ଏହି ହୋଟେଲରେ ପର୍ଯ୍ୟାପ୍ତ ଖାଦ୍ୟ ଖାଇବାର ଯୋଜନା କରାଯାଇ ଥିଲା। ଏହି ଟଙ୍କା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ହୋଟେଲ କର୍ତ୍ତୁପକ୍ଷ ଏକ ସ୍ୱତନ୍ତ୍ର କାର୍ଡ଼ ପ୍ରଦାନ କରୁଥିଲେ। ଏହି କାର୍ଡ଼ ଦେଖାଇ ଗ୍ରାହକ ହୋଟେଲରେ ମାଗଣାରେ ଖାଉଥିଲେ। ତେବେ ଉକ୍ତ କାର୍ଡ଼ରେ ବ୍ୟକ୍ତିଙ୍କ ଫଟୋ ନଥିବାରୁ ହୋଟେଲରେ ଗ୍ରାହକଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଲା। ଦିନ ତମାମ ଗୋଟିଏ କାର୍ଡ଼ ନେଇ ଏକାଧିକ ବ୍ୟକ୍ତି ପର୍ଯ୍ୟାୟକ୍ରମେ ହୋଟେଲରେ ଆସି ଖାଦ୍ୟ ପାନୀୟ ମାଗଣାରେ ଉପଭୋଗ କରିବାକୁ ଲାଗିଥିଲେ। ଗୋଟିଏ ପଟେ ଭିଡ଼ ଅନିୟନ୍ତ୍ରିତ ହେବା ସହ ଏତେ ସଂଖ୍ୟକ ଲୋକଙ୍କୁ ମାଗଣା ଖୁଆଇବାର କ୍ଷତି ଭରଣ କରି ନପାରି ୧୧ଦିନ ମଧ୍ୟରେ ଏହି ହୋଟେଲ ବନ୍ଦ ହୋଇଯାଇଛି।

Leave A Reply