www.samajalive.in
Sunday, December 7, 2025
18.1 C
Bhubaneswar

‘ପାତାଲ୍‍ ଲୋକ’ ଦେଖି ଜୟଦୀପ ଅହଲାୱତଙ୍କ ପ୍ରଶଂସାରେ ଶତମୁଖ ଆଲିୟା

ମୁମ୍ବଇ: ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ୱେବ୍‍ସିରିଜ୍‍ ‘ପାତାଲ୍‍ ଲୋକ’ ଦେଖି ଅଭିନେତା ଜୟଦୀପ ଅହଲାୱତଙ୍କ ଅଭିନୟରେ ବିମୁଗ୍ଧ ହୋଇଯାଇଛନ୍ତି ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟ। ସାମାଜିକ ଗଣମାଧ୍ୟମ ଜରିଆରେ ଆଲିୟା ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି। ଲୋକପ୍ରିୟ ଚଳଚ୍ଚିତ୍ର ‘ରାଜି’ରେ ଜୟଦୀପ ଆଲିୟାଙ୍କ ସହ କାମ କରିଥିଲେ।

ଆଲିୟା ନିଜ ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟରେ ‘ପାତାଲ୍‍ ଲୋକ୍‍’ର ପ୍ରଶଂସା କରିବା ସହ ଏଥିରେ ଜୟଦୀପଙ୍କ ଅଭିନୟ ଉଚ୍ଚକାଟିର ବୋଲି ଲେଖିଛନ୍ତି। ଇନ୍‍ଷ୍ଟାଗ୍ରାମ ଷ୍ଟୋରୀରେ ସେ ‘ପାତାଲ୍‍ ଲୋକ୍‍’ର ଏକ ପୋଷ୍ଟର ଶେୟାର କରି ଲେଖିଛନ୍ତି, “ବାସ୍ତବରେ ଏହା ଏକ ଚମତ୍କାର ଶୋ, ଏହାର ସମସ୍ତ କ ଳାକାର ଓ ନିର୍ମାତାଙ୍କୁ ମୁଁ ହୃଦୟରୁ ସମ୍ମାନ ଜଣାଉଛି”। ଏଥିରେ ସେ ଅନୁଷ୍କାଙ୍କୁ ଟ୍ୟାଗ୍‍ ମଧ୍ୟ କରିଥିଲେ। ଏହାର ଲେଖକ ଓ ଜୟଦୀପଙ୍କୁ ଏକ ଅଲଗା ପୋଷ୍ଟ ଜରିଆରେ ସେ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, “କାହାଣୀର ଲେଖକ ମହାଶୟଙ୍କ କାମ ବାସ୍ତବରେ ପ୍ରଶଂସାଯୋଗ୍ୟ। ଜୟଦୀପ ତୁମେ ଖୁବ୍‍ ପ୍ରତିଭାଶାଳୀ। ତୁମ ପ୍ରଶଂସା ପାଇଁ ଶବ୍ଦ ପାଉନାହିଁ। ବାକି ସମସ୍ତ କଳାକାର ମଧ୍ୟ ଖୁବ୍‍ ଭଲ କାମ କରିଛନ୍ତି”।

- Advertisement -

ସୂଚନାଯୋଗ୍ୟ, ୧୫ ମେ’ରେ ଆମାଜନ୍‍ ପ୍ରାଇମରେ ‘ପାତାଲ୍‍ ଲୋକ’ର ପ୍ରଥମ ପ୍ରସାରଣ ହୋଇଥିଲା ଏବଂ ଦର୍ଶକଙ୍କଠାରୁ ଏହା ଖୁବ୍‍ ପ୍ରଶଂସା ସାଉଁଟିଛି। ଅନୁଷ୍କା ଶର୍ମାଙ୍କ କ୍ଲିନ୍‍ ସ୍ଲେଟ୍‍ ଫିଲ୍ମସ୍‍ ଦ୍ୱାରା ପ୍ରଯୋଜିତ ଏହି ୱେବ୍‍ସିରିଜରେ ଅଭିଷେକ ବାନାର୍ଜୀ, ଗୁଲ୍‍ ପନାଗ୍‍ ଓ ସ୍ୱସ୍ତିକା ମୁଖାର୍ଜୀ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories