ଜିଅନ୍ତା ମଦ୍ୟପଙ୍କୁ ଖାଉଥିଲେ ପିମ୍ପୁଡ଼ି: ପଥଚାରୀଙ୍କ ଉଦ୍ୟମରେ ଡାକ୍ତରଖାନାରେ ଭର୍ତ୍ତି

0

ବେଙ୍ଗାଲୁରୁ: ଯେଉଁ ବ୍ୟକ୍ତିମାନେ ଅତ୍ୟାଧିକ ମଦ୍ୟପାନ କରି ରାସ୍ତାରେ ଶୋଇ ପଡ଼ନ୍ତି ସେମାନଙ୍କ ପାଇଁ ଏଭଳି ଘଟଣା ଶିକ୍ଷଣୀୟ ନିଶ୍ଚୟ। କାରଣ ବେଙ୍ଗାଲୁରୁ ରାସ୍ତା ପାଶ୍ୱର୍ରେ ମଦ୍ୟପାନ କରି ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ପିମ୍ପୁଡ଼ିମାନେ ଜୀବନ୍ତ ଖାଇବାକୁ ଉଦ୍ୟମ କରୁଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ବେଙ୍ଗାଲୁରୁର ଡୋଡାବାଲାପୁରା ତାଲୁକ ସ୍ଥିତ ଅନ୍ଥରାହଲିଠାରେ ଘଟିଛି ଏଭଳି ଘଟଣା। ରାସ୍ତାରେ ଯାଉଥିବା ଜଣେ ପଥଚାରୀ ରାସ୍ତା ପାଶ୍ୱର୍ରେ ଏକ ପିମ୍ପୁଡ଼ି ଗଦା ଦେଖିବାକୁ ପାଇଥିଲେ। ରାସ୍ତା ପାଶ୍ୱର୍ରେ ଏତେ ସଂଖ୍ୟକ କଳା ପିମ୍ପୁଡ଼ି ଦେଖି ପଥଚାରୀଜଣକ ଏହାର କାରଣ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଭଲ ଭାବରେ ନିରକ୍ଷଣ କରିବା ପରେ ପିମ୍ପୁଡ଼ିମାନେ ଜଣେ ମଣିଷ ଶରୀର ଉପରେ ଏକତ୍ରିତ ହୋଇଥିବା ଜଣା ପଡିଥିଲା। ବ୍ୟକ୍ତିଜଣକ ଜୀବିତ ଥିଲେ ମଧ୍ୟ ପିମ୍ପୁଡ଼ିମାନେ ଉକ୍ତ ବ୍ୟକ୍ତିକୁ କାମୁଡ଼ି କ୍ଷତବିକ୍ଷତ କରି ଦେଇଥିଲେ। ପରେ ପିମ୍ପୁଡ଼ିମାନଙ୍କ ଉପରେ ଥଣ୍ଡା ପାଣି ପକାଇ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଥିଲା। ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ମଦ ଦୋକାନ ଉଚ୍ଛେଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

kalyan agarbati
Leave A Reply