ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ନିର୍ଦେଶରେ ଅବକାରୀ ଅଧିକ୍ଷକ ପ୍ରଦୀପ ପଟନାୟକଙ୍କ ତତ୍ୱାବଧାନରେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ କୋଡୀଙ୍ଗା ଥାନା ଅଂଚଳର ଗାଦବା ଗୁଡା, ଦୁଃଖୁଗୁଡା ଏବଂ ମୁଦିନାୟକ ଗୁଡା ଆଦି ଗ୍ରାମରେ ଚଢାଉ କରି ଏକ ମକା ବିଲ ଭିତରୁ ବେନିୟମ ଭାବେ ମଦ ପାଇଁ ପ୍ରସ୍ତୁତ ଥିବା ୪ହଜାର ଲିଟର ମହୁଲ ପୋଚ ଏବଂ ୩୦୦ ଲିଟର ହାତରନ୍ଧା ଦେଶୀମଦ ଜବତ କରି ନଷ୍ଟ କରିଦେଇଥିବା ଜଣାପଡ଼ିଛି। ମାତ୍ର କୌଣସି ଅଭିଯୁକ୍ତ ଧରା ପଡିନଥିବା ସୂଚନା ମିଳିଛି। ଏହି ଚଢାଉରେ ଅବକାରୀ ଏଏସଆଇ ଜଗବନ୍ଧୁ ଯାନୀ, ଆକ୍ରମ ଖାନ, ଗୁତୁଲ ନାଟକ, ଉମେଶ ହରିଜନ, ଦେବେନ୍ଦ୍ର ସାମରଥ ଏବଂ ସଦାଶିବ ଭତରା ପ୍ରମୁଖ ସାମିଲ ଥିଲେ।
Popular Categories



