ସେନା ମୁତୟନ କରିବାକୁ ପଛାଇବୁ ନାହିଁ: ଅଜିତ

ମୁମ୍ବଇ : ଲକ୍‌-ଡାଉନ୍‌ ଅମାନ୍ୟକରି ମୁମ୍ବଇରେ ବହୁ ଲୋକ ରାସ୍ତାଘାଟକୁ ବାହାରି ଆସୁଥିବାବେଳେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପୱାର ସେମାନଙ୍କୁ ଚେତାବନୀ ଶୁଣାଇଛନ୍ତି। ‘ପରିସ୍ଥିତିର ମୁକାବିଲା ତଥା ତୁମଭଳି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସରକାରଙ୍କୁ ସେନା ମୁତୟନ କରିବାକୁ ବାଧ୍ୟ କର ନାହିଁ’ ବୋଲି ପୱାର ଗୁୁରୁବାର କହିଛନ୍ତି। ‘ଆମେରିକାରେ ପରିସ୍ଥିତି ସମ୍ଭାଳିବାକୁ ସେଠାକାର ସରକାର ସେନାକୁ ଦାୟିତ୍ବ ଅର୍ପଣ କରିଛନ୍ତି। ଆବଶ୍ୟକ ପଡ଼ିଲେ ମହାରାଷ୍ଟ୍ର ସରକାର ସେନା ମୁତୟନ କରିବାକୁ ଦ୍ବିଧା ପ୍ରକାଶ କରିବେ ନାହିଁ। ଏଭଳି ସ୍ଥିତି ଉପୁଜିଲେ ଲୋକେ ଦାୟୀ ରହିବେ’ ବୋଲି ସେ କହିଛନ୍ତି। ମୁମ୍ବଇ ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲକ୍‌-ଡାଉନ୍‌ ସମୟରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଗଣ୍ଡଗୋଳର ଖବର ମିଳିଛି।

Comments are closed.