www.samajalive.in
Sunday, December 7, 2025
14.1 C
Bhubaneswar

ଭାରତରେ ବାୟୁ ପ୍ରଦୂଷଣର ପ୍ରଭାବ: ୨୦୧୭ରେ ପ୍ରାଣ ହରାଇଛନ୍ତି ୧୨ ଲକ୍ଷ ଲୋକ

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୭ରେ ଭାରତରେ ୧୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଆରେମିକାର ହେଲ୍‍ଥ ଇଫେକ୍ଟସ୍‍ ଇନଷ୍ଟଚ୍ୟୁଟ୍‍ ନିଜ ରିପୋର୍ଟ ‘ଷ୍ଟେଟ୍‍ ଅଫ ଗ୍ଲୋବାଲ ଏୟାର-୨୦୧୯’ରେ ଏହା ଉଲ୍ଲେଖ କରିଛି। ଏଥିରେ କୁହାଯାଇଛି ଯେ ୨୦୧୭ରେ ହୃଦ୍‍ଘାତ, ମଧୁମେହ, ଫୁସ୍‍ଫୁସ୍‍ କର୍କଟ ଭଳି ରୋଗରେ ବିଶ୍ୱରେ ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୩୦ ଲକ୍ଷ ଲୋକଙ୍କ ସିଧାସଳଖ ଭାବେ ପିଏମ୍‍ ୨.୫(ବାୟୁ ପ୍ରଦୂଷଣ ସ୍ତରର ମାନକ) ଯୋଗୁଁ ମୃତ୍ୟୁ ଘଟିଛି। ଇନଷ୍ଟିଚ୍ୟୁଟ୍‍ ଅନୁସାରେ ଭାରତ ପ୍ରଦୂଷଣ ସହ ଲଢିବା ପାଇଁ ପ୍ରଭାବଶାଳୀ ଯୋଜନା ପ୍ରସ୍ତୁତ କରିଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଉଜ୍ୱଳା ଯୋଜନା, ନ୍ୟାଶନାଲ କ୍ଲିନ୍‍ ଏୟାର ଯୋଜନା ଏବଂ ବିଏସ୍‍-୪ ଇନ୍ଧନ ଲାଗୁକୁ ଖୁବ୍‍ ପ୍ରଶଂସା କରାଯାଇଛି। ଏହି ଯୋଜନାଗୁଡ଼ିକ ସଠିକ୍‍ ଭାବେ କାର୍ଯ୍ୟକାରୀ ହେଲେ ସକରାତ୍ମକ ପରିଣାମ ଦେଖିବାକୁ ମିଳିବ ବୋଲି ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରଦୂଷଣ ଯୋଗୁଁ ଦକ୍ଷିଣ ଏସିଆରେ ଜନ୍ମ ନେଉଥିବା ଶିଶୁଙ୍କ ଆୟୁଷ ଦେଢ ବର୍ଷ କମିଯାଇଛି। ବିଶ୍ୱସ୍ତରରେ ଶିଶୁଙ୍କ ଆୟୁଷ ପ୍ରାୟ ୨୦ ମାସ ପର୍ଯ୍ୟନ୍ତ କମି ଯାଇଛି। ବିଶ୍ୱରେ ସଡ଼କ ଦୁର୍ଘଟଣା, ମ୍ୟାଲେରିଆ ତୁଳନାରେ ପ୍ରଦୂଷଣରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ମାମଲାରେ ଭାରତ ଏବଂ ଚୀନ ଅବସ୍ଥା ପ୍ରାୟ ସମାନ ରହିଛି। ଭାରତରେ ପ୍ରତି ବର୍ଷ ଲୋକଙ୍କ ମୃତ୍ୟୁର ତୃତୀୟ ବଡ଼ କାରଣ ହେଉଛି ପ୍ରଦୂଷଣ। ରିପୋର୍ଟରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ନେପାଳକୁ ସର୍ବାଧିକ ପ୍ରଦୂଷିତ ଅଞ୍ଚଳ କୁହାଯାଇଛି। ଏଠାରେ ପ୍ରତି ବର୍ଷ ୧୫ ଲକ୍ଷ ଲୋକଙ୍କ ପ୍ରଦୂଷଣ କାରଣରୁ ଅସମୟରେ ମୃତ୍ୟୁ ଘଟୁଛି। ଭାରତ ଏବଂ ଚୀନରେ ପ୍ରଦୂଷଣ ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ପ୍ରାୟ ସମାନ ରହିଛି। ତେବେ ଚୀନ ପ୍ରଦୂଷଣ କମ କରିବା କ୍ଷେତ୍ରରେ ସଫଳତା ହାସଲ କରିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories